ଆମେରିକା ଓ ବ୍ରିଟେନର ସହାୟତାରେ ଅଷ୍ଟ୍ରେଲିଆ ପ୍ରସ୍ତୁତ କରୁଛି ପାଣି ଜାହଜ, ଭୟରେ ଥରୁଛି ଚୀନ

207

କନକ ବ୍ୟୁରୋ : ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ଚୀନର ସାମ୍ନା କରିବା ଉର୍ଦ୍ଦେଶ୍ୟରେ ଏକ ସୁରକ୍ଷା ଭାଗିଦାରୀ ସ୍ଥାପନ କରିଛନ୍ତି । ଏଭଳି ପରିଯୋଜନାକୁ ନେଇ ଆମେରିକା ଓ ବ୍ରିଟେନର ସହାୟତାରେ ଏକ ଜଳ ଜାହାଜ ନିର୍ମାଣ କରାଯାଉଛି । ଯାହାକି ପରମାଣୁ ଶକ୍ତି ମାଧ୍ୟମରେ ପରିଚାଳିତ ହେବ ବୋଲି କୁହାଯାଇଛି । ଏଭଳି ପରମାଣୁ ପରିଚାଳିତ ଜଳ ଜାହଜ ନିର୍ମାଣ କରାଯାଉଥିବା ଖବର ପାଇବା ପରେ ଚୀନ ଭୟଭିତ ହୋଇ ପଡିଛି । ୱାସିଂଟନ ଦୂତାବାସ ଠାରେ ଥିବା ଚୀନ ପ୍ରବକ୍ତା କହିଛନ୍ତି କି କିଛି ଦେଶ ଶୀତଳ ଯୁଦ୍ଧ ଭଳି ରଖିଥିବା ମାନସିକତାରୁ ନିବୃତ ରହିବା ଆବଶ୍ୟକ ।

କହିରଖୁ କି, ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଓ ବ୍ରିଟିସ ପଧାନମନ୍ତ୍ରୀ ବୋରିସ ଜନସନ ମିଳିତ ଭାବେ ଏଭଳି ଜାହଜ ନିର୍ମାଣ ହେଉଥିବା କଥା ଘୋଷଣା କରିଥିଲେ । ଏହି ପ୍ରୋଜେକ୍ସର ନାମ ‘ଏୟୁକେୟୁଏସ’ ରଖା ଯାଇଛି । ମୋରିସନ କହିଛନ୍ତି କି ଏହି ୩ ଦେଶର ଏକ ଟିମ ଆସନ୍ତା ଦେଢ ବର୍ଷ ମଧ୍ୟର ଏକ ମିଳିତ ଯୋଜନା ପ୍ରସ୍ତୁତ କରିବେ । ଏହି ଯୋଜନା ମାଧ୍ୟମରେ ଅଷ୍ଟ୍ରେଲିଆ ଏକ ପରମାଣୁ ପରିଚାଳିତ ଜଳ ଜାହାଜ ନିର୍ମାଣ କରିବ । ଏହି ଜାହଜ ନିର୍ମାଣ ସରିବା ପରେ ଅଷ୍ଟ୍ରେଲିଆ ବିଶ୍ୱର ୭ ନମ୍ବର ରାଷ୍ଟ୍ର ହେବ, ଯାହା ପାଖରେ ପରମାଣୁ ରିଆକ୍ଟର ଦ୍ୱାରା ପରିଚାଳିତ ଜଳ ଜାହଜ ହେବ ।

ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ଏଭଳି ଜାହଜ ନିର୍ମାଣ ପାଇଁ ମିଳିତ ଭାବେ ଘୋଷଣା କରିବା ପରେ ଅନ୍ୟଦେଶମାନେ ଚିନ୍ତା ପ୍ରକଟ କରିଛନ୍ତି । ସେମାନେ କହିଛନ୍ତି କି ଏହି ବୁଝାମଣା ପରେ ପରମାଣୁ ଅପ୍ରସାରିତ ଚୁକ୍ତି (ଏନପିଟି) ତ୍ରୁଟିର ଫାଇଦା ଉଠାଇବାକୁ ଅନ୍ୟ ଦେଶମାନେ ପ୍ରୟାସ ଆରମ୍ଭ କରିପାରନ୍ତି ।