କନକ ବ୍ୟୁରୋ: ଆଜି ବିଶ୍ୱକପ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ଭାରତ । ଏହି ମ୍ୟାଚରେ ଭାରତୀୟ ବୋଲର ନିଜ ଜଲୱା ଦେଖାଇଛନ୍ତି । ୫ ଥର ଚାମ୍ପିୟନ ଅଷ୍ଟ୍ରେଲିଆ ଦଳକୁ ମାତ୍ର ୧୯୯ ରନରେ ଅଟକାଇଛନ୍ତି ଭାରତୀୟ ବୋଲର । ଏବେ ଭାରତ ଆଗରେ ୨୦୦ ରନର ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତି ବିଶ୍ୱକପ ବିଜୟ ଅଭିଯାନ ଆରମ୍ଭ କରିବାକୁ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଏହି ବିଜୟ ଲକ୍ଷ୍ୟ ପୂରା କରିବାକୁ ହେବ ।

Advertisment

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଭାରତ । ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ ୪୬ ଓ ୱାର୍ଣ୍ଣର ୪୧ ରନ କରିଥିଲେ । ଫଳରେ ଦଳ ୪୯ ଓଭର ୩ଟି ବଲ ଖେଳି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୩, ବୁମରା ଓ କୁଲଦୀପ ୨ଟି, ସିରାଜ, ପାଣ୍ଡ୍ୟା ଓ ଅଶ୍ୱିନୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।