କନକ ବ୍ୟୁରୋ: ୪୮୦ ରନରେ ଅଲଆଉଟ୍ ହେଲା ଅଷ୍ଟ୍ରେଲିଆ । ଚତୁର୍ଥ ଟେଷ୍ଟର ପ୍ରଥମ ଇଂନିସରେ ବିଶାଳ ରନ୍ ସ୍କୋର କରିଛି କଙ୍ଗାରୁ ଦଳ । ଉସମାନ୍ ଖ୍ୱାଜା ଓ କ୍ୟାମେରନ୍ ଗ୍ରୀନଙ୍କ ଶତକୀୟ ଇଂନିସ ସହ ଅଷ୍ଟ୍ରେଲିଆ ଏହି ବିଶାଳ ରନ୍ ସ୍କୋର କରିଛି । ତେବେ ଭାରତ ପକ୍ଷରୁ ଅଶ୍ୱିନୀଙ୍କୁ ୬ ୱିକେଟ୍ ସଫଳତା ମିଳିଥିବା ବେଳେ ମହମ୍ମଦ ଶାମିଙ୍କୁ ୨ ୱିକେଟ୍, ଜାଡେଜା ଓ ଅକ୍ଷରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

Advertisment

ତେବେ ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି । ଯେଉଁଠି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଓପନର୍ ଉସମାନ୍ ଖ୍ୱାଜା ୧୮୦ ରନ୍ କରିବା ସହତ କ୍ୟାମେରନ୍ ଗ୍ରୀନ୍ ୧୧୪ ରନ୍ କରିଛନ୍ତି । ଏହାସହିତ ଟଡ୍ ମର୍ଫି ୪୧,ନାଥନ୍ ଲିୟନ୍ ୩୪ ରନ୍ ସ୍କୋର କରିଛନ୍ତି । ସୂଚନାଯୋଗ୍ୟ ଯେ, ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ଅଛି । ଯଦି ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତେ ତେବେ ସିରିଜ୍ ବରାବର ରହିବ । ଯଦି ଭାରତ ଏହି ମ୍ୟାଚ୍ ଜିତେ ତେବେ ଟିମ୍ ଇଣ୍ଡିଆ ୩-୧ରେ ସିରିଜ୍ ଜିତିବ । ଅନ୍ୟପଟେ ଯଦି ଏହି ମ୍ୟାଚ୍ ଡ୍ର ରୁହେ ତେବେ ମଧ୍ୟ ଭାରତ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିବ ।