କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତୀୟ ବୋଲରମାନଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ କଙ୍ଗାରୁ ଦଳ ୨୬୩ ରନରେ ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ମହମ୍ମଦ ସାମି ୪, ଅଶ୍ୱିନୀ ୩ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଏବେ ଭାରତ ତାର ପ୍ରଥମ ଇଂନିସ ଆରମ୍ଭ କରିବ ।

Advertisment

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ କରିଥିଲା ଭାରତ । ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖୱାଜା ୮୧, ପିଟର ହ୍ୟାଣ୍ଡ୍ସକମ୍ବ ୭୨ ଓ ପ୍ୟାଟ କୁମିନ୍ସ ୩୩ ରନ କରିଥିଲେ । ଫଳରେ ଦଳ ୭୮ ଓଭର ୪ଟି ବଲରେ ୨୬୩ ରନରେ ଅଲଆଉଟ ହୋଇଯାଇଥିଲା ।