ଆଡିଲେଡରେ ଚମକିଲା ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲା କଙ୍ଗାରୁ ଦଳ । ୧୯୧ରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ ।

358

କନକ ବ୍ୟୁରୋ : ଆଡିଲେଡ ଡେ ନାଇଟ ଟେଷ୍ଟରେ ଚମକିଲା ଟିମ ଇଣ୍ଡିଆ । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲା କଙ୍ଗାରୁ ଦଳ । ଫଳରେ ଅଷ୍ଟ୍ରେଲିଆ ୭୨ ଓଭର ଖେଳି ୧୯୧ରନରେ ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଅଶ୍ୱିନୀ ସର୍ବାଧିକ ୪ଟି ୱିକେଟ ହାସଲ କରିଛନ୍ତି ।

ଏହି ଡେ ନାଇଟ ଟେଷ୍ଟରେ ଭାରତ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲେ ଟିମ ଇଣ୍ଡିଆର ଦୁଇ ଓପନର । ଦଳ ପକ୍ଷରୁ କୋହଲି ୭୪, ଚେତେଶ୍ୱର ପୂଜାରା ୪୩, ରାହାଣେ ୪୨ ରନ କରିଛନ୍ତି । ହେଲେ ଆଉ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଫଳରେ ଭାରତ ଦ୍ୱିତୀୟ ଦିନ ସୁଦ୍ଧା ଖେଳି ୯୩ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଯାଇଥିଲା ।

ପରେ ଅଷ୍ଟ୍ରେଲିଆ ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ହେଲେ ଘରୋଇ ମାଟିରେ ବିଫଳ ହୋଇଥିଲା କଙ୍ଗାରୁ ଦଳ । ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲା ଅଷ୍ଟ୍ରେଲିଆ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ଟିମ ପାଇନ୍୍ ୭୩ ଓ ଲାବ୍ରୁସଚେଞ୍ଚ ୪୭ ରନ କରିଥିଲେ । ହେଲେ ଆଉ କେହି ସଫଳ ହୋଇପାରିନଥିଲେ । ଭାରତ ପକ୍ଷରୁ ଅଶ୍ୱିନୀ ୪, ଉମେଶ ଯାଦବ ୩ ଓ ବୁମରା ୨ଟି ୱିକେଟ ହାସଲ କରିଛନ୍ତି ।