ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି । ଜଗା-ବଳିଆଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା ।

233

କନକ ବ୍ୟୁରୋ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତୀକ ଏହି ରକ୍ଷା ବନ୍ଧନ ଉତ୍ସବ । ଖାଲି ମଣିଷ ନୁହଁନ୍ତି ନିଜେ ଭଗବାନ ମଧ୍ୟ ସାମିଲ ହେବେ ଏହି ପରମ୍ପରାରେ । ତେଣୁ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି । ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା, ହେଲେ କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ରକ୍ଷାବନ୍ଧନ ନୀତି ଦେଖି ପାରିବେ ନାହିଁ ଶ୍ରଦ୍ଧାଳୁ । ପାଟରା ବିଶୋଇ ସେବାୟତଙ୍କ ଦ୍ୱାରା ପ୍ରଭୁଙ୍କ ପାଇଁ ରାକ୍ଷୀ ତିଆରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ତିଆରି ହୋଇଛି ୪ଟି ରଙ୍ଗର ରାକ୍ଷୀ । ୪ଟି ରାକ୍ଷୀ ସହ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ ହୋଇଛି । ଗୋପାଳ ବଲ୍ଲଭ ଧୂପ ପରେ ପାଟେରା ବିଶୋଇ ମନ୍ଦିରକୁ ନେଇ ଗାରଦରେ ଜମା କରିବେ । ମଧ୍ୟାହ୍ନ ଧୂପ ପରେ ସିଂହାରି ସେବକମାନେ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି କରିବେ । ସେହିପରି ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମୋତ୍ସବ ସହ ରକ୍ଷା ବନ୍ଧନ ନୀତି କୋଭିଡ କଟକଣା ଭିତରେ ପାଳନ କରାଯିବ ।