ଆଜି ପ୍ରବିତ୍ର ମହାଳୟା ଅମାବାସ୍ୟା । ଶ୍ରୀମନ୍ଦିରରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି ଲୋକେ

272

କନକ ବ୍ୟୁରୋ : ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ୱିନ ମାସ ପୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ପିତୃପକ୍ଷ ଭାବେ ପାଳନ କରାଯାଏ । ଏହି ୧୫ ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥିଲେ ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି । ଶ୍ରୀମନ୍ଦିର ବାଇଶିପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଏ । କିଏ ମହୋଦଧି ଓ ପଂଚତୀର୍ଥ ପୁଷ୍କରଣୀରେ ତିଳ ତର୍ପଣ କରିଥାନ୍ତି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ପାଇଁ ଲୋକେ ଶ୍ରୀକ୍ଷେତ୍ରକୁ ବାଛିଥାନ୍ତି । କରୋନା ଯୋଗୁ ଦୁଇ ବର୍ଷ ହେବ ବାଇଶି ପାହାଚରେ ତିଳତର୍ପଣ ବନ୍ଦ ରହିଛି ।

ଶ୍ରୀମନ୍ଦିର ନୂଆ ଗାଇଡଲାଇନ୍ ଅନୁସାରେ ଆଜି ମହାଳୟା ଯୋଗୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀକ୍ଷେତ୍ରରେ ମହାଳୟା ଫିକା ପଡ଼ିଛି । ମହୋଦଧି, ନରେନ୍ଦ୍ର, ଶ୍ୱେତଗଙ୍ଗା, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଉଛି । ଶ୍ରୀମନ୍ଦିର ଉତରଦ୍ୱାର ସମ୍ବୁଖରେ ପ୍ରଶାସନ ପକ୍ଷରୁ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ସେଡ୍ କରାଯାଇ ଗୋଲେଇ ଚିହ୍ନ ଦିଆଯାଇଛି । ଗୋଲେଇ ଚିହ୍ନରେ ବସି ପୁରୋହିତମାନେ ତିଳତର୍ପଣ କରୁଛନ୍ତି । ଶ୍ରୀମନ୍ଦିର ବାଇଶିପାହାଚରେ ତିଳତର୍ପଣ କଲେ ପିତୃପୁରୁଷ ତୃପ୍ତିଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।