ଆଡିଲେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ: ମଧ୍ୟ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ଦୟନୀୟ ପ୍ରଦର୍ଶନ; ୫୬ ରନରେ ଝଡିପଡିଲା ଶେଷ ୭ ୱିକେଟ

148

କନକ ବ୍ୟୁରୋ: ଆଡିଲେଟ ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତ ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ ହୋଇଯାଇଛି । ଗତକାଲିର ଅସମାପପ୍ତ ସ୍କୋର  ୬ ୱିକେଟରେ ୨୩୩ ରନରୁ ବ୍ୟାଟିଂ ଆରମ୍ଭ କରି ଭାରତ ଆଉ ମାତ୍ର ୧୧ ରନ ଚଢି ତାର ଶେଷ ୪ ୱିକେଟ ହରାିଛି । ବିରାଟ କୋହଲିଙ୍କ ଅର୍ଦ୍ଧଶତକ, ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କ ଦୃଢ ବ୍ୟାଟିଂ ଯୋଗୁ ଟିମ ଇଣ୍ଡିଆ ଗୋଟିଏ ସମୟରେ ମାତ୍ର ୩ ୱିକେଟ ହରାଇ ୧୮୮ ରନ କରି ଦୃଢ ସ୍ଥିତିରେ ଥିଲା ।

ହେଲେ ୫୬ ରନରେ ଶେଷ ସାତ ୱିକେଟ ହରାଇ ଦଳ ବଡ଼ ସ୍କୋର କରିବାରୁ ବଂଚିତ ହୋଇଛି ।  ମଧ୍ୟ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ କେହି ବି ଭଲ ପ୍ରଦର୍ଶନ ଦେଇପାରିନାହାନ୍ତି । ଏପଟେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ର ଆରମ୍ଭ ବି ଭଲ ରହିନି । ଶେଷ ଖବର ସୁଦ୍ଧା ଘରୋଇ ଦଳ ୩୫ ରନରେ ୨ ୱିକେଟ ହରାଇସାରିଛି ।