ମମତା ଆଗରେ ଜିତିଗଲା କାମବାସନା : ମଦ ନିଶାରେ ଜନ୍ମକଲା ମା’କୁ ହିଁ ଦୁଷ୍କର୍ମ କଲା ସଇତାନ ପୁଅ , ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

4,878

ଦେଶରେ ବଢିଚାଲିଛି ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଓ ଦୁଷ୍କର୍ମ । ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ କ’ଣ କାମ ବାସନା ମଣିଷକୁ ଏତେ ଅନ୍ଧ କରିଛି ଯେ ବ୍ୟକ୍ତି ମମତାର ମୂଲ୍ୟକୁ ପାଶୋରୀ କାମତୁର ହୋଇପଡୁଛି । ଆଜ୍ଞା ହଁ ଶୁଣିଲେ ଘୃଣ୍ୟ ଭଳି ଲାଗୁଥିଲେ ବି କଥାଟି ସତ । ନିଜ ବିଧବା ମା ସହ ଦୁଷ୍କର୍ମ କରିଛି ସଇତାନ ପୁଅ । ମହାରାଷ୍ଟ୍ରର ଔରଙ୍ଗାବାଦରେ ଜଣେ ୨0ବର୍ଷିୟ ଯୁବକ ନିଜ ମା ସହିତ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

 

ପୋଲିସ ମୁତାବକ ଅଭିଯୁକ୍ତ ଗତ ତିନିମାସ ମଧ୍ୟରେ ନିଜ ଯୌନଲାଳସାରେ ମୋହଗ୍ରସ୍ଥ ହୋଇ ବିଧବା ମା ସହିତ ଅନେକ ଥର ଦୁଷ୍କର୍ମ କରିଆସିଛି । ଘଟଣା ସମ୍ପର୍କରେ ପୀଡିତା ମା ବୁଧବାର ନିକଟସ୍ଥ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡିତାଙ୍କ ସ୍ୱାମୀଙ୍କ ୭ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା । ଘର ଚଳାଇବା ପାଇଁ ସେ ଏକ ହସ୍ପିଟାଲରେ କାମ କରି ଆସୁଥିଲେ ।

ସୂଚନାନୁସାରେ, ଅଭିଯୁକ୍ତ ଜଣଙ୍କ ସବୁବେଳେ ମଦ ନିଶାରେ ବୁଡି ରହୁଥିଲା । ଅଭିଯୁକ୍ତଙ୍କର ଦୁଇ ଭଉଣୀ ଓ ଜଣେ ଭାଈ ଅଛନ୍ତି । ମଦ ପିଇବା ପାଇଁ ଅଭିଯୁକ୍ତ ଜଣଙ୍କ ସବୁବେଳେ ନିଜ ମାଙ୍କୁ ପଇସା ମାଗି ଆସୁଥିଲା । ପଇସା ନ ଦେବାରୁ ଅଭିଯୁକ୍ତ ପୀଡିତା ମା’ଙ୍କ  ସହିତ ମାରପିଟ ମଧ୍ୟ କରୁଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନିଜ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି ।