ସଂଗରୋଧ କେନ୍ଦ୍ର ଛାଡିବା ବେଳେ ଭାବୁକ ହେଲେ ଅନ୍ତେବାସୀ: ସରପଂଚଙ୍କୁ ଛାଡି ଯିବା ବେଳେ କାନ୍ଦି ପକାଇଲେ ପ୍ରବାସୀ ଓଡିଆ; ଆଳି ଗୋବିନ୍ଦପୁର କ୍ୱାରେନଂଟିନ୍ ସେଂଟରରୁ ଆସିଲା ଚିତ୍ର

1,112

କନକ ବ୍ୟୁରୋ: ସଂଗରୋଧ କେନ୍ଦ୍ର ଛାଡିବା ବେଳେ ଭାବୁକ ହେଲେ ଅନ୍ତେବାସୀ । ସରପଂଚଙ୍କୁ ଛାଡି ଯିବା ବେଳେ କାନ୍ଦି ପକାଇଲେ ପ୍ରବାସୀ ଓଡିଆ । ରାଜ୍ୟ ବାହାରୁ ଆସିଥିବା ପ୍ରବାସୀଙ୍କୁ ସଂଗରୋଧ କେନ୍ଦ୍ରରେ ରଖି ଏମିତି ମୋହରେ ବାନ୍ଧି ଦେଇଥିଲେ ସଂପୃକ୍ତ ଅଂଚଳର ସରପଂଚ । ସଂଗରୋଧ ନିୟମ ମାନି ଚଳୁଥିବା ଅନ୍ତେବାସୀ ଘରକୁ ଫେରିବା ବେଳେ କାନ୍ଦି ପକାଇଥିଲେ । ଅନେକ ସମୟରେ ବହୁ ସଂଗରୋଧ କେନ୍ଦ୍ରରୁ ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ ଆସୁଥିବା ବେଳେ କେନ୍ଦ୍ରାପଡା ଆଳି ବ୍ଲକ ଗୋବିନ୍ଦପୁର କ୍ୱାରେନ୍ଟିନ୍ ସେଂଟରରୁ ଆସିଛି ଭିନ୍ନ ଏକ ଚିତ୍ର ।

୬୯ ଜଣ ପ୍ରବାସୀ ଏହି ସଂଗରୋଧ କେନ୍ଦ୍ର ଛାଡି ଘରକୁ ଫେରିବା ବେଳେ ସେମାନଙ୍କ ଆଖି ଓଦା ହୋଇଯାଇଥିଲା । ଯେମିତି କେହି ଜଣେ, ନିଜ ସଂପର୍କୀୟଙ୍କୁ ଛାଡି ଦୂରକୁ ଚାଲି ଯାଉଛନ୍ତି । ଠିକ୍ ସେମିତି କିଛି ଦେଖିବାକୁ ମିଳିଥିଲା । ଅନ୍ତେବାସୀମାନେ ଘରକୁ ଯିବା ସମୟରେ ଗୋବିନ୍ଦପୁର ପଂଚାୟତର ସରପଂଚ ପଦ୍ମାଳୟା ଧଳଙ୍କ ପାଦ ଛୁଇଁ ପ୍ରଣାମ କରି କରିଥିଲେ । ଗୋବିନ୍ଦପୁର ସ୍କୁଲ ପରିସର କାନ୍ଦ ବୋବାଳିରେ ଫାଟି ପଡୁଥିଲା । ମହିଳା ସରପଂଚ ସମସ୍ତଙ୍କ ଉପରେ ଫୁଲ ପକାଇ ବିଦାୟୀ ସଂବର୍ଦ୍ଧନା ଜଣାଇଥିଲେ ।