କନକ ବ୍ୟୁରୋ : ଆଳି ଗଡ ଦଖଲ ପାଇଁ ଲଢେଇ ଜୋରଦାର । ଆଳି ଏବଂ ରାଜକନିକା ବ୍ଳକକୁ ନେଇ ଆଳି ନିର୍ବାଚନ ମଣ୍ଡଳୀ ଗଠିତ । ଏବେ ଦୁଇଟି ଯାକ ବ୍ଳକ୍ ବିଜେଡି ଦଖଲରେ ରହିଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅଧିନରେ ଥିବା ଏହି ଆସନରେ ଶରତ କୁମାର ଦେବ ୪ଥର ବିଧାୟକ ଥିବା ବେଳେ ପ୍ରତାପ କେଶରୀ ଦେବ ୩ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ୨୦୧୪ରେ ପ୍ରତାପଙ୍କୁ ମାତ୍ ଦେଇ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦେବେନ୍ଦ୍ର ଶର୍ମା । ଚଳିତ ଥର ଏହି ଆସନରେ ବିଗ୍ ଫାଇଟ ଦେଖିବାକୁ ମିଳିଛି । କିନ୍ତୁ କାହା ସପକ୍ଷରେ ଜନମତ ଯିବ ତାହା ଏଯାଏଁ ଅସ୍ପଷ୍ଟ ରହିଛି ।

Advertisment

୨୦୧୯ର ଲଢେଇ
ବିଜେଡି: ପ୍ରତାପ କେଶରୀ ଦେବ
କଂଗ୍ରେସ: ଦେବେନ୍ଦ୍ର ଶର୍ମା
ବିଜେପି: ଦୋଳଗୋବିନ୍ଦ ନାୟକ

ବିଜେଡି : ପ୍ରତାପ କେଶରୀ ଦେବ
- ରାଜ୍ୟସଭା ସାଂସଦ ରହିଛନ୍ତି
- ୩ଥର ବିଧାୟକ
- ୨୦୧୪ରେ ପରାଜିତ ହୋଇଥିଲେ
- ପୂର୍ବତନ ମନ୍ତ୍ରୀ

କଂଗ୍ରେସ: ଦେବେନ୍ଦ୍ର ଶର୍ମା
- ୨୦୧୪ ବିଧାୟକ
- ୨୦୦୯ରେ ପରାଜିତ
- ଆଳିର ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ
- ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି

ବିଜେପି : ଦୋଳଗୋବିନ୍ଦ ନାୟକ
- ୨ଥର ବିଧାୟକ ( ୧୯୮୫ ଏବଂ ୧୯୯୫ )
- ୨୦୧୪ରେ ଟିକେଟ୍ ମିଳିନଥିଲା
- କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିଲେ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୪୩ ହଜାର ୨୪୭
- ମତ ଦେଇଥିଲେ – ୧ ଲକ୍ଷ ୬୬ ହଜାର ୧୫୨
- ଭୋଟଦାନ ହାର – ୬୮.୩୧%

୨୦୧୪ର ଫଳାଫଳ
ପ୍ରାର୍ଥୀ                      ଦଳ         ଭୋଟ           ପ୍ରତିଶତ        ଫଳାଫଳ
ପ୍ରତାପ  ଦେବ          ବିଜେଡି      ୭୭,୭୫୧      ୪୬.୮୦%      ପରାସ୍ତ
ଦେବେନ୍ଦ୍ର ଶର୍ମା         କଂଗ୍ରେସ    ୮୧,୨୫୪        ୪୮.୯୦%      ବିଜୟୀ
ବ୍ରଜସୁନ୍ଦର ଭୂୟାଁ       ବିଜେପି     ୩,୯୧୪         ୨.୩୬%        ପରାସ୍ତ

କିଏ ମାରିଥିଲା ବାଜି?
- କଂଗ୍ରେସର ଦେବେନ୍ଦ୍ର ଶର୍ମା ନିର୍ବାଚନ ଜିତିଥିଲେ
- ୮୧ ହଜାର ୨୫୪ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ ପ୍ରତାପ କେଶରୀ ଦେବଙ୍କୁ ପରାସ୍ତ କରିଥିଲେ
- ୩ ହଜାର ୫୦୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ