ପ୍ରଚାର ବେଳେ ରୋଗୀ ସେବା: ଭୋଟ୍ ମାଗିବାକୁ ଯିବା ବେଳେ ରୋଗୀ ଦେଖୁଛନ୍ତି ଆଳି କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମା

95

କନକ ବ୍ୟୁରୋ: ପ୍ରଚାର ବେଳେ ରୋଗୀ ସେବା । ନିଜ ପାଇଁ ଭୋଟ ମାଗିବାକୁ ଯିବା ବେଳେ ରୋଗୀ ଦେଖୁଛନ୍ତି କଂଗ୍ରେସ ବିଧାୟିକା ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମା । ରୋଗୀଙ୍କ ପୁରୁଣା ରିପୋର୍ଟ ଦେଖି, ସ୍ୱାସ୍ଥ୍ୟ ଯାଂଚ କରି ପ୍ରେସିକ୍ରିପସନ୍ ଲେଖୁଛନ୍ତି । କୁନି କୁନି ପିଲା ଓ ବୟସ୍କ ବ୍ୟକ୍ତି ଡାକ୍ତରଙ୍କୁ ପାଖରେ ପାଇ ନିଜ ସ୍ୱାସ୍ଥ୍ୟ ସମସ୍ୟା ଜଣାଇଛନ୍ତି । ଆଉ ଡାକ୍ତର ବିଧାୟିକା ପ୍ରାର୍ଥୀ ସେଇଠି ବସି ଔଷଧ ଲେଖୁଛନ୍ତି । ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା । ଦେବସ୍ମିତାଙ୍କୁ ଆଳିରୁ ବିଧାୟକ ପ୍ରାର୍ଥୀ କରିଛି କଂଗ୍ରେସ । ରାଜନୈତିକ ଜୀବନରେ ବିଜୟ ହାସଲ ପାଇଁ ପ୍ରଚାର ବେଳେ ପେଶାକୁ ଭୁଲି ଯାଇନାହାନ୍ତି ଦେବସ୍ମିତା । ଜନସେବା କରିବା ଉଦେଶ୍ୟରେ ରାଜନୀତିରେ ପାଦେ ଦେଇଥିବା ଦେବସ୍ମିତା ସବୁ ବେଳେ ଲୋକଙ୍କ କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଆଳିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବଙ୍କୁ ଟକ୍କର ଦେବା ପାଇଁ ଦେବସ୍ମିତାଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ ।