ଏଣିକି ଚାବିରେ ନୁହଁ ମୋବାଇଲରେ ଖୋଲିବ ତାଲା ! ଯେକୌଣସି ସ୍ଥାନରୁ କରିପାରିବେ ଲକ୍ ଏବଂ ଅନଲକ୍ ।

49

ଘରୁ କୁଆଡେ ବାହାରକୁ ଗଲେ ଘରେ ଚାବି ପକାଇ ଯିବାକୁ ଆମେ କେବେ ମଧ୍ୟ ଭୁଲିନଥାଉ । ଚୋର,ଡଳାୟତଙ୍କ ହାବୁଡରୁ ଘରର ଆସବାବପତ୍ର ଏବଂ ଟଙ୍କା,ସୁନାଗହଣାକୁ ସୁରକ୍ଷିତ ରଖିବା ପାଇଁ ଆମେ ତାଲା ଚାବି ସହ ସବୁବେଳେ ଜଡିତ ଥାଉ । କିନ୍ତୁ ବେଳେବେଳେ ଆମେ ଅଜ୍ଞାତ ବଶତଃ ଚାବି କେଉଁଠି ଛାଡିଦେଉ କିମ୍ବା ଅଜାଣତରେ ଆମ ହାତରୁ ଚାବିଟି କୁଆଡେ ହଜିଯାଏ । ସେତେବେଳେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ । ତେବେ ଏହି ସ୍ମାର୍ଟ ସମୟରେ ଏଭଳି ନିତିଦିନିଆ ଅସୁବିଧାକୁ ଦୂରେଇବା ପାଇଁ ବଜାରରେ ଆସିଯାଇଛି ସ୍ମାର୍ଟ ଚାବି । ଯାହାର ବ୍ୟବହାରରେ ନା ରହିବ ତାଲା ପକାଇବାର ଟେନସନ୍ ନା ରହିବ ତାଲା ହଜିବାର ଚିନ୍ତା । ବଜାରକୁ ଏମଳି ଏକ ହାଇଟେକ୍ ଲକ୍ ଆସିଯାଇଛି ଯାହାକୁ ସମ୍ପୁର୍ଣ୍ଣ ରୁପେ ଆପଣଙ୍କ ସ୍ମାର୍ଟଫୋନ୍ ମାଧ୍ୟମରେ କଣ୍ଟ୍ରୋଲ୍ କରିହେବ । ଏହି ଲକର ନାଁ ଅଗଷ୍ଟ ସ୍ମାର୍ଟ ଲକ୍ । ଏହି ଉକୃଷ୍ଟଧରଣର ଲକକୁ ଘର କିମ୍ବା ଅଫିସର କବାଟ ବାହାରେ ଇନଷ୍ଟଲ୍ କରିବା ପରେ ଆପଣଙ୍କ ମୋବାଇଲ୍ ହିଁ ଆପଣଙ୍କ ଘରର ଚାବି ହୋଇଯିବ । ମୋବାଇଲ୍ ଜରିଆରେ ଆପଣ ଯେକୌଣସି ସ୍ଥାନରୁ ଘରର କବାଟ ଲକ୍ ଏବଂ ଅନଲକ୍ କରିପାରିବେ । ଏହି ସ୍ମାର୍ଟ ଲକକୁ ବ୍ଲୁଟୁଥ୍ ମାଧ୍ୟମରେ ମଧ୍ୟ ଖୋଲା ଯାଇପାରିବ । ଯଦି ଆପଣଙ୍କ ଘରକୁ କେହି ଆସିଛନ୍ତି ଏବଂ ଦୁଆର ବାହାରେ ଅଛନ୍ତି ତେବେ ଆପଣ ଫୋନ୍ ମାଧ୍ୟମରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ଫଟୋକୁ ଦେଖିପାରିବେ । ଏହି ଅଗଷ୍ଟ ସ୍ମାର୍ଟ ଲକକୁ ଆପଣ ଅନଲାଇନ୍ ମାଧ୍ୟମରେ ମଧ୍ୟ କିଣି ପାରିବେ । ଏହାର ଦାମ୍ ୧୬,୦୦୦ ଟଙ୍କା ।