ଘରୁ କୁଆଡେ ବାହାରକୁ ଗଲେ ଘରେ ଚାବି ପକାଇ ଯିବାକୁ ଆମେ କେବେ ମଧ୍ୟ ଭୁଲିନଥାଉ । ଚୋର,ଡଳାୟତଙ୍କ ହାବୁଡରୁ ଘରର ଆସବାବପତ୍ର ଏବଂ ଟଙ୍କା,ସୁନାଗହଣାକୁ ସୁରକ୍ଷିତ ରଖିବା ପାଇଁ ଆମେ ତାଲା ଚାବି ସହ ସବୁବେଳେ ଜଡିତ ଥାଉ । କିନ୍ତୁ ବେଳେବେଳେ ଆମେ ଅଜ୍ଞାତ ବଶତଃ ଚାବି କେଉଁଠି ଛାଡିଦେଉ କିମ୍ବା ଅଜାଣତରେ ଆମ ହାତରୁ ଚାବିଟି କୁଆଡେ ହଜିଯାଏ । ସେତେବେଳେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ । ତେବେ ଏହି ସ୍ମାର୍ଟ ସମୟରେ ଏଭଳି ନିତିଦିନିଆ ଅସୁବିଧାକୁ ଦୂରେଇବା ପାଇଁ ବଜାରରେ ଆସିଯାଇଛି ସ୍ମାର୍ଟ ଚାବି । ଯାହାର ବ୍ୟବହାରରେ ନା ରହିବ ତାଲା ପକାଇବାର ଟେନସନ୍ ନା ରହିବ ତାଲା ହଜିବାର ଚିନ୍ତା । /kanak/media/post_attachments/wp-content/uploads/2018/05/august-2015-range-hands-on-sg-1-980x420-300x129.jpg) ବଜାରକୁ ଏମଳି ଏକ ହାଇଟେକ୍ ଲକ୍ ଆସିଯାଇଛି ଯାହାକୁ ସମ୍ପୁର୍ଣ୍ଣ ରୁପେ ଆପଣଙ୍କ ସ୍ମାର୍ଟଫୋନ୍ ମାଧ୍ୟମରେ କଣ୍ଟ୍ରୋଲ୍ କରିହେବ । ଏହି ଲକର ନାଁ ଅଗଷ୍ଟ ସ୍ମାର୍ଟ ଲକ୍ । ଏହି ଉକୃଷ୍ଟଧରଣର ଲକକୁ ଘର କିମ୍ବା ଅଫିସର କବାଟ ବାହାରେ ଇନଷ୍ଟଲ୍ କରିବା ପରେ ଆପଣଙ୍କ ମୋବାଇଲ୍ ହିଁ ଆପଣଙ୍କ ଘରର ଚାବି ହୋଇଯିବ । ମୋବାଇଲ୍ ଜରିଆରେ ଆପଣ ଯେକୌଣସି ସ୍ଥାନରୁ ଘରର କବାଟ ଲକ୍ ଏବଂ ଅନଲକ୍ କରିପାରିବେ । ଏହି ସ୍ମାର୍ଟ ଲକକୁ ବ୍ଲୁଟୁଥ୍ ମାଧ୍ୟମରେ ମଧ୍ୟ ଖୋଲା ଯାଇପାରିବ । ଯଦି ଆପଣଙ୍କ ଘରକୁ କେହି ଆସିଛନ୍ତି ଏବଂ ଦୁଆର ବାହାରେ ଅଛନ୍ତି ତେବେ ଆପଣ ଫୋନ୍ ମାଧ୍ୟମରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ଫଟୋକୁ ଦେଖିପାରିବେ । ଏହି ଅଗଷ୍ଟ ସ୍ମାର୍ଟ ଲକକୁ ଆପଣ ଅନଲାଇନ୍ ମାଧ୍ୟମରେ ମଧ୍ୟ କିଣି ପାରିବେ । ଏହାର ଦାମ୍ ୧୬,୦୦୦ ଟଙ୍କା ।
ବଜାରକୁ ଏମଳି ଏକ ହାଇଟେକ୍ ଲକ୍ ଆସିଯାଇଛି ଯାହାକୁ ସମ୍ପୁର୍ଣ୍ଣ ରୁପେ ଆପଣଙ୍କ ସ୍ମାର୍ଟଫୋନ୍ ମାଧ୍ୟମରେ କଣ୍ଟ୍ରୋଲ୍ କରିହେବ । ଏହି ଲକର ନାଁ ଅଗଷ୍ଟ ସ୍ମାର୍ଟ ଲକ୍ । ଏହି ଉକୃଷ୍ଟଧରଣର ଲକକୁ ଘର କିମ୍ବା ଅଫିସର କବାଟ ବାହାରେ ଇନଷ୍ଟଲ୍ କରିବା ପରେ ଆପଣଙ୍କ ମୋବାଇଲ୍ ହିଁ ଆପଣଙ୍କ ଘରର ଚାବି ହୋଇଯିବ । ମୋବାଇଲ୍ ଜରିଆରେ ଆପଣ ଯେକୌଣସି ସ୍ଥାନରୁ ଘରର କବାଟ ଲକ୍ ଏବଂ ଅନଲକ୍ କରିପାରିବେ । ଏହି ସ୍ମାର୍ଟ ଲକକୁ ବ୍ଲୁଟୁଥ୍ ମାଧ୍ୟମରେ ମଧ୍ୟ ଖୋଲା ଯାଇପାରିବ । ଯଦି ଆପଣଙ୍କ ଘରକୁ କେହି ଆସିଛନ୍ତି ଏବଂ ଦୁଆର ବାହାରେ ଅଛନ୍ତି ତେବେ ଆପଣ ଫୋନ୍ ମାଧ୍ୟମରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ଫଟୋକୁ ଦେଖିପାରିବେ । ଏହି ଅଗଷ୍ଟ ସ୍ମାର୍ଟ ଲକକୁ ଆପଣ ଅନଲାଇନ୍ ମାଧ୍ୟମରେ ମଧ୍ୟ କିଣି ପାରିବେ । ଏହାର ଦାମ୍ ୧୬,୦୦୦ ଟଙ୍କା ।
ଏଣିକି ଚାବିରେ ନୁହଁ ମୋବାଇଲରେ ଖୋଲିବ ତାଲା ! ଯେକୌଣସି ସ୍ଥାନରୁ କରିପାରିବେ ଲକ୍ ଏବଂ ଅନଲକ୍ ।
/kanak/media/post_attachments/wp-content/uploads/2018/05/August-Smart-lock-has-a-sleek-and-easy-interface.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)