ଭୁବନେଶ୍ୱର ବ୍ୟୁରୋ କନକ ନ୍ୟୁଜ୍ : ରଜ ବଜାରରେ ରିଲିଜ ହେବାକୁ ଯାଉଥିବା ନୂଆ ଓଡିଆ ଚଳଚ୍ଚିତ୍ର ଅଗସ୍ତ୍ୟ ର ଅଡିଓ ଶନିବାର ସନ୍ଧ୍ୟା ରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ହୋଟେଲ କ୍ରାଉନ୍ ରେ ଆୟୋଜିତ ହୋଇଯାଇଛି । ଚଳଚ୍ଚିତ୍ର ର ଟାଇଟଲ୍ ସଂଙ୍ଗୀତକୁ ଗାଇ ଶୁଣାଇଥିଲେ ସାତ ଜଣ କଣ୍ଠଶିଳ୍ପୀ । ଚଳଚ୍ଚିତ୍ରରେ ଅନୁଭବ, ଆକାଶ ଦାଶ ନାୟକ, ଓ ଝିଲିକ୍ ପ୍ରମୁଖ ଭୂମିକାରେ ରହିଛନ୍ତି । ଏହି ଚଳଚ୍ଚିତ୍ରର ଅଡିଓ ରିଲିଜ୍ ରେ ପ୍ରଯୋଜକ ଅକ୍ଷୟ ପରିଜା, ନିର୍ଦେଶକ , ଓ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ ଉପସ୍ଥିତ ଥିଲେ । ରଜ ବଜାରରେ ଆସୁଥିବା ଚଳଚ୍ଚିତ୍ର ଅଗସ୍ତ୍ୟ ର ବିଶେଷତ୍ୱ ଏଇୟା ଯେ ଏଥିରେ ଥିବା ୫ ଟି ଗୀତକୁ ଗାଇବାକୁ ଆଜିର ଯୁବପୀଢିଙ୍କୁ ସୁଯୋଗ ଦିଆଯାଇଛି ।
ରିଲିଜ ହୋଇଛି ଓଡିଆ ଚଳଚ୍ଚିତ୍ର ଅଗସ୍ତ୍ୟ ର ଅଡିଓ
/kanak/media/post_attachments/wp-content/uploads/2016/05/agastya.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)