ଖୁବଶୀଘ୍ର ଜୀ ପରଦାକୁ ଆସୁଛି ଜୀ-ସାର୍ଥକର ନୂଆ ଚଳଚିତ୍ର ‘ବାହାଘର ଡଟ୍ କମ୍’, ଲୋକାର୍ପିତ ହେଲା ଅଡିଓ

142

କନକ ବ୍ୟୁରୋ : ଜୀ-ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍” ର ଅଡିଓ ଲୋକାର୍ପଣ ଉତ୍ସବ ଭୁବନେଶ୍ବରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜୀ-ସାର୍ଥକ ର ବିଜିନେସ୍ ହେଡ୍ ପ୍ରତୀକ ସିଲ୍, ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ସଂଗୀତ ନିର୍ଦ୍ଦେଶକ ଗୁଡଲୀ ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି, ସୋମେଶ ଶତପଥି, ଗୌରବ ଆନନ୍ଦ, ଲିପ୍ସା ମହାପାତ୍ର, ଲୋପାମୁଦ୍ରା ଓ ଦେବାଂଶୀ ଦାଶ, ସଂଳାପକାର ମାନସ ମଲ୍ଲିକ ଏବଂ ଜୀ-ସାର୍ଥକ ଫିଲ୍ମସର କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଜୀ ସାର୍ଥକ ଫିଲ୍ମସ୍ ସର୍ବଦା ତା’ର ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେଇ ଆସିଛି ଜ୍ଝ ପୁଣି ଥରେ ଜୀ ସାର୍ଥକ ଫିଲ୍ମସ୍ ନେଇ ଆସୁଛି ଚଳଚ୍ଚିତ୍ର “ବାହାଘର ଡଟ୍ କମ୍” । ଏକ ନିଆରା ଓ ଅଦ୍ଭୁତ କାହାଣୀ ଯାହାକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ ଯାହା ମାର୍ଚ୍ଚ ୧୯ ତାରିଖ ସଂଧ୍ୟା ୬.୩୦ ରେ, କେବଳ ଜୀ ସାର୍ଥକରେ ଦର୍ଶକ ମାନେ ଏହି ମନୋରଂଜନ ପୂର୍ଣ୍ଣ ଫିଲ୍ମଟିକୁ ଦେଖି ପାରିବେ ।

ଅନିଛା ସତ୍ୱେ ମାଆଙ୍କ ଶେଷ ଇଛା ପୂରଣ କରିବାକୁ ବିବାହ କରିବାକୁ ପଡିବ, ହେଲେ ଜମା ମନ ନାହିଁ ବାହାଘରରେ କିନ୍ତୁ ବାହା ହେବାକୁ ତ ପଡିବ ତେଣୁ ଭିନ୍ନ ଏକ ଉପାୟରେ ବାହାଘର ହେଉଛି ଏବଂ କାହାଣୀରେ ଆସୁଛି ନୂଆ ମୋଡ । ଆଉ ତା ପରେ ଯାହା ଘଟୁଛି ତାହା ଅବର୍ଣ୍ଣନୀୟ । ନିହାତି ଏମିତି କାହାଣୀ ଆପଣଙ୍କୁ ଆଶ୍ଚର୍ୟ୍ୟ କରୁଥିବ ତେବେ ଏମିତି ମନୋରଂଜନ ଭିତ୍ତିକ କାହାଣୀ ଆପଣଙ୍କୁ ନିଶ୍ଚିତ ଏକ ନୂଆ ଅନୁଭୂତି ଦେବ । ଓମ୍ ସାଇ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ ହୋଇଛି ଫିଲ୍ମ । ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ତୁଲାଇଛନ୍ତି ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା । ସେହିପରି ଚଳଚ୍ଚିତ୍ରର ସଙ୍ଗୀତ ଭାର ନେଇଛନ୍ତି ଜଣାଶୁଣା ରୋମାଣ୍ଟିକ ସଙ୍ଗୀତକାର ଗୁଡଲୀ ରଥ । ମାର୍ଚ୍ଚ ୧୯ ତାରିଖରେ ଦର୍ଶକ ଦେଖିବାକୁ ପାଇବେ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍” । ଏକ ଫୁଲ୍ ଏଣ୍ଟରଟେନମେଣ୍ଟ ଡ୍ରାମା ଏବଂ ପାରିବାରିକ କାହାଣୀକୁ ନେଇ ଆସୁଛି ଏହି ଫିଲ୍ମ । ଫିଲ୍ମରେ ଲୋକପ୍ରିୟ ଅଭିନେତା ଋଷି, ସାୟଲ ମୁଖାର୍ଜୀ, ପୁଷ୍ପା ପଣ୍ଡା ଏବଂ ପ୍ରଦ୍ୟୁମ୍ନ ଲେଙ୍କା ନିଖୁଣ ଅଭିନୟ କରିଛନ୍ତି । ସେପଟେ ଏଭଳି ଏକ ଚମତ୍କାର କାହାଣୀ ଦର୍ଶକଙ୍କୁ ଫୁଲ୍ ମନୋରଞ୍ଜନ କରିବ ବୋଲି ଆଶାବାଦୀ ପ୍ରଯୋଜନା ସଂସ୍ଥା ଜୀ ସାର୍ଥକ ଚ୍ୟାନେଲର ବିଜିନେସ୍ ହେଡ୍ ପ୍ରତୀକ ସିଲ୍ ।