ଫୋନକଲରେ ଖୁଲମଖୁଲ୍ଲା ବଟି ମାଗୁଛନ୍ତି ପୋଲିସ ବାବୁ : ଦେଶୀ ମଦ ଚୋରା ଚାଲାଣ ମାମଲାରେ ପୋଲିସର ଅଜବ ଡିଲ 

205

କନକ ବ୍ୟୁରୋ : ଦେଶୀ ମଦ ଚୋରା ବ୍ୟବସାୟୀ ସହ ଡିଲ୍ କରୁଛି ପୋଲିସ । ପାରଳାଖେମୁଣ୍ଡିର ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ଦେଶୀ ମଦ ଚୋରା ଚାଲାଣ ବେଳେ ଧରିଥିଲା ପୋଲିସ । ଆଉ ଛାଡିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଭାଇରାଲ ହେଉଥିବା ଅଡିଓରେ ବଂଶୀ ନାମକ ଜଣେ ବ୍ୟକ୍ତି ପୋଲିସ ସହ କଥା ହେଉଛନ୍ତି । ସେ ଏନେଇ ଶ୍ରୀନୁ ସହ କଥା ହେବା ପାଇଁ ପୋଲିସକୁ କହୁଛନ୍ତି । ଚୋରା ମଦ ବିକ୍ରି କରିବା ପରେ ୧୦ ହଜାର ଟଙ୍କା ଆଣି ପୋଲିସକୁ ଦେବା ପାଇଁ କହିଛନ୍ତି ।

ତେବେ ବଂଶୀ ଓ ଶ୍ରୀନୁ କିଏ, ତାକୁ ନେଇ ଉଠିଛି ପ୍ରଶ୍ନ । ମଦ ବ୍ୟବସାୟୀ ସହ ଏମାନଙ୍କ ସଂପର୍କ କ’ଣ ? ଏମାନଙ୍କ କଥାରେ କେଉଁ ପୋଲିସ ଅଧିକାରୀ ଚୋରା ମଦକୁ ଜବତ କରି ପୁଣି ଛାଡି ଦେଇଥିଲେ । ଦୁଇ ଦିନ ହେବ ଏହି ଅଡିଓ ଭାଇରାଲ ହେଉଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନାହିଁ । ଏପରିକି ମାମଲା ମଧ୍ୟ ରୁଜୁ କରାଯାଇନାହିଁ ।

ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି । କହିଛନ୍ତି, ଭାଇରାଲ ଅଡିଓ ତାଙ୍କର ହସ୍ତଗତ ହୋଇଛି । ଘଟଣାର ତଦନ୍ତ କରାଯାଉଛି, ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।