କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଗ୍ ବି ଅମିତାଭ ବଚ୍ଚନ ।ତାଙ୍କ ଅଭିନୀତ ଫିଲ୍ମ ‘ଝୁଣ୍ଡ’ର ଟିଜର ରିଲିଜ ହେବାକୁ ଯାଉଛି । ଦୀର୍ଘ ଦିନ ଧରି ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ । ଗରିବ ପିଲାଙ୍କ ଜୀବନ କାହାଣୀ ଏବଂ ସଂଘର୍ଷକୁ ଏକ ନୂଆ ଶୈଳୀରେ ଏହି ଫିଲ୍ମରେ ଚିତ୍ର୍ରିିତ କରାଯାଇଛି । କୁହାଯାଉଛି ବିଗ୍ - ବିଙ୍କ ଏହି ଫିଲ୍ମ ବର୍ତ୍ତମାନ ସମୟର ଅଧିକାଂଶ ଫିଲ୍ମକୁ ଟକ୍କର ଦେବାକୁ ସକ୍ଷମ । କାରଣ ଏହିି ଫିଲ୍ମରେ ପୂର୍ଣ୍ଣ ମନୋରାରଂଜନ ସାଙ୍ଗକୁ ଅମିତାଭଙ୍କ ଦମଦାର ଅଭିନୟ ମୁଖ୍ୟ ଆକର୍ଷଣର କେନ୍ଦ୍ର୍ରବିନ୍ଦୁ ପାଲଟିଛି । ଟି-ସିରିଜ ଦୀର୍ଘ ଦିନ ଧରି ଏଭଳି ଏକ ଚଳଚିତ୍ର ଦର୍ଶକଙ୍କ ପାଇଁ ଆଣିବାକୁ ପ୍ରୟାସ ଜାରି ରଖିଥିଲା । ଏବେ ଏହା ସଫଳ ହେବାକୁ ଯାଉଛି ।

Advertisment

ଅନ୍ୟପଟେ ଦୀର୍ଘ ଦିନ ପରେ ‘ବଡେମିଅାଁ ଛୋଟେ ମିଆଁ’ ଶୁଣିବାକୁ ମିଳିବ । ଖାଲି ଶୁଣିବାକୁ କାହିଁକି ଦର୍ଶକ ପରଦାରେ ଦେଖିବେ ଏହି ଶୀର୍ଷକରେ ଏହି ହିନ୍ଦୀ ଫିଲ୍ମ୍ । ଯେଉଁଥିରେ ଆକର୍ଷଣ ସାଜିଛନ୍ତି ଆକ୍ସନ୍ ହିରୋ ଅକ୍ଷୟ କୁମାର ଓ ଟାଇଗର ସ୍ରଫ୍ । ଏହି ଦୁହିଁଙ୍କୁ ନେଇ ନିର୍ମିତ ହେଉଥିବା ଫିଲ୍ମର କାହାଣି ଆକ୍ସନ ଏବଂ ଥ୍ରିଲରକୁ ନେଇ ସମୃଦ୍ଧ ହୋଇଛି । ଯାହାକୁ ନେଇ ଅକ୍ଷୟ ଓ ଟାଇଗର ସ୍ରଫ୍ ବେଶ୍ ଖୁସି ଥିବା କହିଛନ୍ତି । ସବୁଠାରୁ ବଡା କଥ ହେଉଛି ଅକ୍ଷୟ ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ଦେଖାଦେବେ । ଯାହା ତାଙ୍କର ପୂର୍ବ ଫିଲ୍ମ ଗୁଡିକ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ କହିଛନ୍ତି । କାହାଣି ସାଙ୍ଗକୁ ଏହି ଫିଲ୍ମର ଗୀତଗୁଡିକୁ ମନଛୁଆଁ କରିବାକୁ ଉଦ୍ୟମ କରୁଛି ଫିଲ୍ମର ସଂଯୋଜନା ଟିମ୍ ।