କନକ ବ୍ୟୁରୋ : ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆଜି ଦ୍ୱିତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଛି ବହୁ ପ୍ରତିକ୍ଷୀତ ନାଟକ ଓଡ଼ିଆ ଦାସ । ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଆଧାରିତ ଏହି ନାଟକ ଦେଖିବା ପାଇଁ ଦ୍ୱିତୀୟ ଦିନରେ ମଧ୍ୟ ଦର୍ଶକମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ନାଟକ ଦେଖିବା ପରେ ଦର୍ଶକମାନେ ଭାଷାକୁ ନେଇ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ପ୍ରତିଟି ଓଡ଼ିଆ ଭାଷାର ରକ୍ଷକ ଭାବେ କାମ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ଦର୍ଶକମାନେ ନିଜର ପ୍ରତିକ୍ରିୟାରେ ମତ ରଖିଛନ୍ତି । କେବଳ ସେତିକି ନୁହେଁ ସମସ୍ତେ ନାଟକ ମୁଖ୍ୟ ଚରିତ୍ର ଥିବା ଓଡ଼ିଆ ଦାସଙ୍କ ଭଳି ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଏହି ନାଟକରେ ଓଡ଼ିଆ ଦାସ ହେଉଛନ୍ତି, କାହାଣୀର ମୁଖ୍ୟ ଚରିତ୍ର । ଯିଏ, ଓଡ଼ିଆ ଭାଷାକୁ ବାଂଚାଇବା ପାଇଁ ସଂଘର୍ଷ କରୁଛନ୍ତି । ଆଜିକୁ ଠିକ୍ ୨ଶହ ବର୍ଷ ପରେ କେମିତି ଥିବ ଓଡ଼ିଶା? ଓଡ଼ିଆ ଭାଷାର ସ୍ଥିତି କେମିତି ଥିବ? ସେହି ପରିକଳ୍ପନା ଉପରେ ଏହି ନାଟକଟି ପର୍ଯ୍ୟବେଶିଷତ ହୋଇଛି । ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ପରିକଳ୍ପନାରେ ଭବିଷ୍ୟ ଧାରାରିତ କାହାଣୀ ଉପରେ ପର୍ଯ୍ୟବେଶିଷତ ଏହି ନାଟକ ଏକ ଶକ୍ତିଶାଳୀ ସାମାଜିକ ବାର୍ତା ଦେଉଛି । ଦର୍ପ ନାରାୟଣ ସେଠୀଙ୍କ ନିର୍ଦ୍ଦେଶନା, ରବି ନାରାୟଣ, ମମତା, ମନୋଜ, ବିଶ୍ୱରଂଜନ, ରାଜଲକ୍ଷ୍ମୀ, ରାଜେଶଙ୍କ ଭଳି କଳାକାରଙ୍କ ଅଭିନାୟ ନାଟକକୁ ଆହୁରୀ ଜୀବନ୍ତ କରିଦେଇଛି । ରେଡିଓ ଚକଲେଟର ପ୍ରଡକ୍ସନ ଏହା ହେଉଛି ଦ୍ୱିତୀୟ ଭେଟି । ଏହା ପୂର୍ବରୁ ନାଟକ ଜଗତରେ ବିପ୍ଲବ ଆଣିଥିଲା ଆହେ ନୀଳ ଶଇଳ ।
ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ‘ଓଡ଼ିଆ ଦାସ’। ଦ୍ୱିତୀୟ ଦିନରେ ବି ଦର୍ଶକଙ୍କ ପ୍ରବଳ ଭିଡ
/kanak/media/post_attachments/wp-content/uploads/2023/12/34-8.jpg)