କନକ ବ୍ୟୁରୋ : ସିନେମା ହଲରେ ଦ କାଶ୍ମୀର ଫାଇଲ୍ସ  ଫିଲ୍ମ ନପଡିବାରୁ ବିରୋଧ । ବାକି ସବୁ ସୋ ବନ୍ଦ କରିଦେଲା ବଜରଙ୍ଗ ଦଳ । ସମ୍ବଲପୁର ଫର୍ମରୋଡରେ ଥିବା ସିନେମା ହଲରେ କାଶ୍ମୀର ଫାଇଲ୍ ସୋ ବନ୍ଦ କରିଦେବା କାରଣରୁ ଦର୍ଶକମାନେ ଆନ୍ଦୋଳନରେ ବସିଥିଲେ । ଏହି ଖବର ଜଣାପଡିବା ପରେ ବଜରଙ୍ଗ ଦଳର ଶହଶହ କର୍ମୀ ସିନେମା ହଲରେ ପହଂଚି ହଙ୍ଗାମା କରିଥିଲେ ।

Advertisment

ଦ କାଶ୍ମୀର ଫାଇଲ୍ସ ସୋ ବନ୍ଦ ଥିବାରୁ ହଲରେ ପଡିଥିବା ଅନ୍ୟ ସମସ୍ତ ସୋ’କୁ ବନ୍ଦ କରିଦେଇଥିଲେ ବଜରଙ୍ଗ ଦଳ । ବେଶ କିଛି ସମୟ ପାଟିତୁଣ୍ଡ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆଜି ଅପରାହ୍ଣ ୪ଟାରେ କାଶ୍ମୀର ଫାଇଲ୍ସ ଫିଲ୍ମ ପଡିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସିନେମା ହଲ କର୍ତୃପକ୍ଷ । ଆଉ ଏହାପରେ ସ୍ଥିତି ଶାନ୍ତ ହୋଇଥିଲା । ନବେ ଦଶକରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଦ କାଶ୍ମୀର ଫାଇଲ୍ସ ଫିଲ୍ମ ଆଧାରିତ । ଆଉ ଏହି ଫିଲ୍ମ ରିଲିଜ ହେବା ପରେ ଏହାକୁ ବେଶ ଭଲପାଇବା ଦେଇଛନ୍ତି ଦେଶବାସୀ ।