ନାଟକ ‘ଆହେ ନୀଳ ଶଇଳ’ ଦେଖି ଭାବବିହ୍ୱଳ ଦର୍ଶକ, ଚତୁର୍ଥ ଦିନରେ ବି ଅହେତୁକ ଭିଡ

146

କନକ ବ୍ୟୁରୋ: ‘ଆହେ କରତାଳି ସହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଭୁବନେଶ୍ୱର ରୀବନ୍ଦ୍ର ମଣ୍ଡପ । ନାଟକ ‘ଆହେ ନୀଳ ଶଇଳ’ ପ୍ରଦର୍ଶନ ବେଳେ ଭାବବିହ୍ୱଳ ହେଲେ ଶତାଧିକ ଦର୍ଶକ । କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ କଥାବସ୍ତୁ ଉପରେ ଆଧାରିତ ନାଟକ ‘ଆହେ ନୀଳ ଶଇଳ’୫ ତାରିଖରୁ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହୋଇଛି । ଶନିବାର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ରାଜ୍ୟସଭା ପ୍ରଶାନ୍ତ ନନ୍ଦ । ସେ କହିଛନ୍ତି, ଏଭଳି ନାଟକ ସେ ଆଗରୁ କେବେ ଦେଖିନାହାନ୍ତି । ପ୍ରତିଟି ଦୃଶ୍ୟ ଆଖିରୁ ଲୁହ କରିବାକୁ ବାଧ୍ୟ କରିଛି । ନାଟକରେ ତକି ଖାନ ଭୂମିକାରେ ଅଭିନୟ କରୁଥିବା ପ୍ରକାଶ ଜେନା ନିଜର ଅନୁଭୂତି ବଖାଣିଛନ୍ତି । ସେ କହିଛନ୍ତି, ତାଙ୍କ ଅଭିନୟକୁ ଯେଉଁ ପ୍ରଂଶସା ମିଳୁଛି ତାହା କେବଳ ଜଗନ୍ନାଥଙ୍କ କୃପା । ନାଟକ ‘ଆହେ ନୀଳ ଶଇଳର ଆଜି ଶେଷ ସନ୍ଧ୍ୟା ।