କନକ ବ୍ୟୁରୋ : ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ନାଟକ ‘ଆହେ ନୀଳଶଇଳ’ ଦେଖି ଭାବବିହ୍ୱଳ ହୋଇଛନ୍ତି ଦର୍ଶକ । ରାଜ୍ୟ ଓ ରାଜ୍ୟ ବାହାରେ ୧୬ଟି ସୋ’ ଅନୁଷ୍ଠିତ ହୋଇଥିଲେ ବି ଏହି ଐତିହାସିକ ନାଟକ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପୂର୍ବଭଳି ଆଗ୍ରହ ଓ ଉତ୍କଣ୍ଠା ଅତୁଟ ରହିଛି । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗତକାଲି ନାଟକ ଆରମ୍ଭ ହେବା ପୂର୍ବରୁ ପ୍ରେକ୍ଷାଳୟ ଆଗରେ ଦେଖିବାକୁ ମିଳିଥିଲା ଦର୍ଶକଙ୍କ ଲମ୍ବା ଲାଇନ୍ ।

Advertisment

publive-image

ଚକଲେଟ୍ ପ୍ରଡକ୍ସନ୍ ପ୍ରାୟୋଜିତ ଏହି ନାଟକ ଦେଖିବାକୁ ବହୁ ଦୂରଦୂରାନ୍ତରୁ ଆସିଥିଲେ ଦର୍ଶକ । କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଉଭୟ ଯୁବପିଢ଼ି ଓ ବୟସ୍କ ବ୍ୟକ୍ତିଙ୍କ ଭିଡ଼ ଜମିଥିଲା । ନାଟ୍ୟପ୍ରେମୀ ଓ ଜନସାଧାରଣଙ୍କ ଅନୁରୋଧ କ୍ରମେ ରବୀନ୍ଦ୍ର ମଣ୍ଡପରେ ପୁଣିଥରେ ପ୍ରଦର୍ଶିତ ହେଉଛି ‘ଆହେ ନୀଳଶଇଳ’ । ଅତିଥି ରୂପେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର, ନାଟକ ଦେଖିବା ପରେ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମଞ୍ଚରେ ତନୟା ପଟ୍ଟନାୟକଙ୍କ ସମେତ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ, କଳାକାର ଓ ସହଯୋଗୀ ଟିମ୍‌ ଉପସ୍ଥିତ ଥିଲେ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ନାଟକ ‘ଆହେ ନୀଳଶଇଳ’ ମଞ୍ଚସ୍ଥ ହେବ । ଆହେ ନୀଳଶଇଳ ନାଟକ ଦେଖିବା ପାଇଁ ‘ବୁକ୍ ମାଇଁ ସୋ’ ମାଧ୍ୟମରେ ଟିକେଟ୍ ବୁକିଂ ଜାରି ରହିଛି । ଟିକେଟ ପାଇବାରେ ସମସ୍ୟା ହେଲେ ୯୮୫୩୦୩୫୧୦୪ କିମ୍ବା ୮୯୦୮୦୨୦୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛି ଚକଲେଟ୍ ପ୍ରଡକ୍ସନ୍ ।