ବିହାରର ଟପର ଅତୁଲ୍ୟ ! ପ୍ରଥମ ଥରରେ କ୍ରାକ କଲେ ଜେଇଇ, ଭାରତରେ ଅଧିକାର କଲେ ୧୭ତମ ସ୍ଥାନ ।

33

ଛାତ୍ର ଜୀବନରେ ସମସ୍ତଙ୍କ ମନରେ ରହିଥାଏ ଅନେକ ଆଶା ଏବଂ ସମସ୍ତେ ଦେଖିଥାନ୍ତି ଅନେକ ସ୍ୱପ୍ନ । କେହି କେହି ଖୁବ ଶୀଘ୍ର ନିଜ ଲକ୍ଷ୍ୟ ହାସଲ କରିନେଇଥାନ୍ତି । ନିକଟରେ ଜେଇଇ ମେନ ରେଜଲ୍ଟ ପ୍ରକାଶ ପାଇସାରିଛି । ପାଟଣାର ବାକରଗଞ୍ଜରେ ରହୁଥିବା ଅତୁଲ୍ୟ ପ୍ରଥମ ଚେଷ୍ଟାରେ ହିଁ ସଫଳତା ହାସଲ କରି ପାରିଛନ୍ତି । ଅତୁଲ୍ୟଙ୍କୁ ଭାରତରେ ୧୭ ତମ ସ୍ଥାନ ମିଳିଥିବା ବେଳେ ବିହାରରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅତୁଲ୍ୟଙ୍କ ଏହି ସଫଳତାକୁ ନେଇ ତାଙ୍କ ପରିବାର ଲୋକଙ୍କ ସମେତ ସାଙ୍ଗ ସାଥୀ ଏବଂ ପରିଜନ ମାନେ ବହୁତ ଗର୍ବ ଅନୁଭବ କରୁଛନ୍ତି । ଏହି ପରୀକ୍ଷାରେ ଫୁଲ ମାର୍କ ୩୬୦ ଥିବା ବେଳେ ଅତୁଲ୍ୟ ମୋଟ ୩୩୮ ମାର୍କ ରଖି ସଫଳତା ଲାଭ କରିଛନ୍ତି । ଗଣିତରେ ତାଙ୍କୁ ୧୧୫ ମାର୍କ, ଭୌତିକ ବିଜ୍ଞାନରେ ୧୧୬ ମାର୍କ ଏବଂ ରସାୟନରେ ୧୦୭ ମାର୍କ ମିଳି ପାରିଛି ।

ଅତୁଲ୍ୟଙ୍କ କହିବା ଅନୁସାରେ, ସେ ପ୍ରତିଦିନ ୭ ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ । ଅତୁଲ୍ୟଙ୍କ ବାପା ଅଶୋକ କୁମାର ବର୍ମା ଜଣେ ଓକିଲ ଥିବା ବେଳେ ତାଙ୍କ ମା ଶିଳ୍ପୀ ଜଣେ ଗୃହୀଣି ଅଟନ୍ତି  । ସେ ତାଙ୍କ ପିତା ମାତାଙ୍କ ସହ କୋଟ୍ଟାରେ ରୁହନ୍ତି । ଅତୁଲ୍ୟ ଜେଇଇ ମେନ ପରୀକ୍ଷା ପାସ କରିବା ପରେ ଏବେ ତାଙ୍କର ଲକ୍ଷ୍ୟ ରହିଛି ଜେଇଇର ଆଡଭାନ୍ସ ପରୀକ୍ଷା ଉପରେ ।

ସେହିପରି ଜେଇଇ ମେନରେ ଅତୁଲ୍ୟଙ୍କ ଭଳି ପାଟଣାରେ ରହୁଥିବା ସୁମିତ କୁମାର ୨୮୨ ମାର୍କର ସଫଳତା ହାସଲ କରିଛନ୍ତି । ସୁମିତ ଭାରତରେ ୫୨୦ତମ ସ୍ଥାନରେ ରହିଛନ୍ତି । ସେହିଭଳି ଅରସଦ ୱାରସି ୨୭୮ ମାର୍କ ରଖିଥିବା ବେଳେ ଭାରତରେ ୬୦୨ତମ ସ୍ଥାନ, ସିଦ୍ଧାର୍ଥ ସତ୍ୱାମ ୭୪୭ତମ ସ୍ଥାନ ଏବଂ ପ୍ରତୀକ ପ୍ରଣବଙ୍କୁ ୯୨୨ତମ ସ୍ଥାନ ମିଳି ପାରିଛି ।

ଆନ୍ଧ୍ରପ୍ରଦେଶ ଛାତ୍ର ଟପର :

ଦେଶରେ ଇଞ୍ଜିନିୟରିଂ କଲେଜରେ ଆଡମିସନ ହେବା ପାଇଁ ଆୟୋଜିତ ହୋଇଥିବା ପରୀକ୍ଷା ଜେଇଇ ମେନରେ ଆନ୍ଧ୍ରପ୍ରଦେଶର ବିଜୟବାଡାରେ ରହୁଥିବା ଭୋଗି ସୁରଜ କୃଷ୍ଣ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।