ଚାନ୍ଦବାଲିର ଚର୍ଚ୍ଚିତ ଦୃଶ୍ୟ । ତିନି ଦିନରେ ଧରାହେଲାଣି ୧୦ ଲକ୍ଷରୁ ଅଧିକ ମାଛ : ଦିନରାତି ଜାଲରେ ପଡୁଛନ୍ତି ଟନ୍ ଟନ୍ ମାଛ

996

କନକ ବ୍ୟୁରୋ : ଏବେ ନଜର ପକାଇବା ଆଖିକୁ ବିଶ୍ୱାସ ନହେଲାଭଳି ଏକ ଦୃଶ୍ୟ ଉପରେ । ଟନ୍ ଟନ୍ ମାଛ । ଏତେ ପରିମାଣର ମାଛ ଜାଲରେ ପଡିଛି, ଯାହାକୁ ନଦେଖିଲେ ବିଶ୍ୱାସ କରିହେବନି । ଡଙ୍ଗାରେ ମଧ୍ୟ ଟନ୍ ଟନ୍ ମାଛ ରହିଛି । ତେବେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛିୁ ଚାନ୍ଦବାଲିରେ  । ମାଛ ଧରିବା ପାଇଁ ଲଗାଯାଇଥିବା ଜାଲରେ ପଡିଛି ଶହଶହ ଟନ ମାଛ । ଏକାସଙ୍ଗେ ଏତେ ପରିମାଣର ମାଛ ଦେଖି ତାଜୁବ ହୋଇଯାଇଛନ୍ତି ମତ୍ସ୍ୟଜୀବୀ ।

ପୂର୍ବରୁ ଏତେପରିମାଣର ମାଛ କେବେ ଦେଖାଯାଇନଥିଲା । ହଠାତ୍ ଟନ୍ ଟନ୍ ମାଛ ଜାଲରେ ପଡିଛି । ହଜାର ହଜାର ମାଛ ପାଣିରେ ମଧ୍ୟ ଭାସୁଛି । ମାଛକୁ ପାଣିରୁ ନେବା ମତ୍ସ୍ୟଜୀବୀଙ୍କ ପାଇଁ କାଠିକର ପାଠ ହୋଇଛି । ତିନି ଦିନ ଭିତରେ ୧୦ ଲକ୍ଷରୁ ଅଧିକ ମାଛ ଧରାଯାଇଛି । ବଡ କଥା ହେଉଛି ଦିନରୁ ରାତି ଯାଏ ପ୍ରବଳ ପରିମାଣରେ ମାଛ ଜାଲରେ ପଡୁଛି । ମତ୍ସ୍ୟଜୀବୀ କହିିଛନ୍ତି, ଏତେ ପରିମାଣର ମାଛ ସେମାନେ ପୂର୍ବରୁ କେବେ ଦେଖିନଥିଲେ ।