ସାବଧାନ ଆଣ୍ଡ୍ରୋଏଡ୍ ୟୁଜର୍ସ! ସାମ୍ନାକୁ ଆସିଲା ନୂଆ ଭାଇରସ, ଆଖି ପିଛୁଳାକେ ଖାଲି କରିଦେବ ଆକାଉଣ୍ଟ

1,003

କନକ ବ୍ୟୁରୋ: ଭାରତରେ କୋଟି କୋଟି ଲୋକ ଆଣ୍ଡ୍ରୋଏଡ ଫୋନ ବ୍ୟବହାର କରିଥାନ୍ତି । ସାମସଙ୍ଗଠାରୁ ନେଇ ଭିଭୋ ଯାଏଁ ଆମେ ଏମିତି ଅନେକ ଆଣ୍ଡ୍ରୋଏଡ ଅପରେଟିଂ ସିଷ୍ଟମ ବ୍ୟବାହର କରିଥାଉ । ହେଲେ ଏବେ ଆଣ୍ଡ୍ରୋଏଡ ଫୋନ ଧାରୀଙ୍କ ପାଇଁ ବଡ ବିପଦ ସାମ୍ନାକୁ ଆସିଛି । ସିକ୍ୟୁରିଟି ଏକ୍ସପର୍ଟ ଏକ ନୂଆ ପ୍ରକାରର ମାଲୱେୟାର କଥା କହିଛନ୍ତି, ଯାହାର ନାଁ ହେଉଛି ଆଣ୍ଡ୍ରୋଏଡ ଏକ୍ସଲୋର୍ଡର । ଏହା ଆପଣଙ୍କ ପାଇଁ ଏଥିପାଇଁ ବିପଦ କାରଣ ଏହା ଆପଣଙ୍କ ସ୍ମାର୍ଟ ଫୋନରୁ ଜରୁରୀ ତଥ୍ୟ ଚୋରି କରିନେଇଥାଏ । ଏହା ଏସଏମଏସର ଆକ୍ସେସ ବି ନେଇଯାଇପାରେ । ତେଣୁ ସ୍ମାର୍ଟଫୋନ ୟୁଜରଙ୍କ ପାଇଁ ଏହା ବଡ ବିପଦ ସାବ୍ୟସ୍ତ ହୋଇପାରେ ।

ଏବେ ବ୍ୟାଙ୍କ ଖାତା ସହ ଫୋନ ନମ୍ବଲ ଲିଙ୍କ ବାଧ୍ୟତା ମୂଳକ ରହୁଥିବାରୁ ହ୍ୟାକର ଆପଣଙ୍କ ଆକାଉଣ୍ଟକୁ ଟାର୍ଗେଟ କରିଥାନ୍ତି । ଆଉ ଆଖି ପିଛୁଳାକେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ କଳାକନା ବୁଲାଇ ଦିଅନ୍ତି । ତେଣୁ ସାମ୍ନାକୁ ଆସିଥିବା ଏହି ଏକ୍ସଲୋର୍ଡର ମାଲୱେୟାରଠାରୁ ସତର୍କ ରହିବାକୁ କୁହାଯାଇଛି ।

ଆଣ୍ଡ୍ରୋଏଡ ଏକ୍ସଲୋର୍ଡର ମାଲୱେୟାର ଅତି ସହଜ ଡିଭାଇସକୁ ଆଟାକ କରିଥାଏ । ଏଥିରେ ଏକ ମେସେଜ ଇଫେକ୍ଟେଡ ୱେବସାଇଟ ୟୁଆରଏଲ ସହ ଆସିଥାଏ । ଏହି ମେସେଜ ଫୋନରେ ମାଲିସିୟୋସ ଆପ ପାଇଁ ରାସ୍ତା ଖୋଲି ଦେଇଥାଏ । ଦିଆଯାଇଥିବା ଲିଙ୍କରେ କ୍ଲିକ କରିଦେଲେ ଫୋନରେ ଏପିକେ ଫାଇଲ ଇନଷ୍ଟଲ ହୋଇଯାଏ । ଯେତେବେଳେ ମେସେଜରେ ଆସିଥିବା ଲିଙ୍କ ଉପରେ କ୍ଲିକ କରିବେ ସେତେବେଳେ ଏହା କାମ କରିବା ଆରମ୍ଭ କରିବ ।

ଏହି ଲିଙ୍କ ସାଇଡଲୋର୍ଡିଂ ଟେକନିକର ବ୍ୟବହାର କରି ଅନ୍ୟ ମାଧ୍ୟମରେ ଆଉ ଏକ ଆପ ଇନଷ୍ଟଲ କରିଦେଇଥାଏ । ସବୁଠାରୁ ବଡ କଥା ହେଉଛି ଏହା ସୂଚନା ମୋବାଇଲ ବ୍ୟବହାରକାରୀଙ୍କୁ ମଧ୍ୟ ଜଣାନଥାଏ । ଏହି ମାଲୱେର କେବଳ ଏସଏମଏସର ଆକ୍ସେସ ନେଇନଥାଏ ବରଂ ଆପ୍ସକୁ ଟ୍ରାକ ବି କରିଥାଏ । ଏହି ଟୁଲ୍ସକୁ ବ୍ୟବହାର କରି ହ୍ୟାକର ଆପଣଙ୍କୁ ଟାର୍ଗେଟ ବି କରିପାରେ ।

ମ୍ୟାକଏଫି କମ୍ପାନୀ ପ୍ରଥମରୁ ଗୁଗୁଲକୁ ଏହି ଆପ ବିଷୟରେ କହି ସାରିଛି । ଏହାପରେ ଗୁଗୁଲ ସଙ୍ଗେସଙ୍ଗେ ଏହି ମାଲୱେୟାରକୁ ଡିଲିଟ କରିଦେଇଛି । ହେଲେ ଗୁଗୁଲ ସେହି ଆପ ଗୁଡିକୁ କଣ୍ଟ୍ରୋଲ କରିପାରିବନି ଯେଉଁ ଆପ ଗୁଡିକ ପ୍ଲେ ଷ୍ଟୋରରୁ ବାହାରେ ଅଛି । ତେଣୁ ଗୁଗୁଲ ସବୁବେଳେ ସଚେତନ କରିଥାଏ କି ଆପଣଙ୍କ ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ପ୍ଲେ ପ୍ରୋଟେକ୍ଟକୁ କାର୍ଯ୍ୟକାରୀ କରିଦିଅନ୍ତୁ । ଏହା ଆପଣଙ୍କ ଫୋନକୁ ଅନେକ ମାତ୍ରାରେ ରକ୍ଷା କରିବ ।