ପ୍ରବାସୀଙ୍କ ସଠିକ୍ ତଥ୍ୟ ସଂଗ୍ରହ ପାଇଁ ଡାଟା ବେସ୍ କରିବାକୁ ଓଡିଶାର ପ୍ରସ୍ତାବ: ରାମବିଳାଶ ପାଶ୍ୱାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ପ୍ରସ୍ତାବ ଦେଲେ ରଣେନ୍ଦ୍ର ସ୍ୱାଇଁ

ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ଚାଉଳ ଡାଲି ଯୋଗାଣରେ ହେଉଛି ସମସ୍ୟା

224

କନକ ବ୍ୟୁରୋ: ଜାତୀୟସ୍ତରରେ ପ୍ରବାସୀଙ୍କ ଡାଟାବେସ ପ୍ରସ୍ତୁତ କରିବାକୁ ଓଡିଶାର ପ୍ରସ୍ତାବ । ଏମାନଙ୍କର ସଠିକ ତଥ୍ୟ ସଂଗ୍ରହ ପାଇଁ ଏହି ଡାଟାବେସ ଜରୁରୀ । ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରିବାକୁ କହିଛନ୍ତି ରାଜ୍ୟ ସରକାର । ଗତକାଲି କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା ବେଳେ ଏହି ପ୍ରସ୍ତାବ ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ପ୍ରବାସୀ ଓଡିଆ ଏବଂ ରାଜ୍ୟ ଭିତରେ ଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ମୁଣ୍ଡ ପିଛା ୫ କିଲୋ ଚାଉଳ ଏବଂ ପରିବାର ପିଛା ୧ କିଲୋ ଡାଲି ୨ ମାସ ପାଇଁ ମାଗଣାରେ ଯୋଗାଇ ଦିଆଯିବ । ହେଲେ ଏକ ନିର୍ଭରଯୋଗ୍ୟ ତାଲିକା ନଥିବାରୁ ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଣରେ ଅସୁବିଧା ହେଉଥିବା ଜଣାଇଛନ୍ତି ରଣେନ୍ଦ୍ର ସ୍ୱାଇଁ ।