ବିଧାନସଭା ଭିତରକୁ ଧସେଇ ପଶିଲେ କନିଷ୍ଠ ଶିକ୍ଷକ ଆଶାୟୀ: ଧସେଇ ପଶିବା ବେଳେ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି

142

କନକ ବ୍ୟୁରୋ: ବିଧାନସଭାକୁ ଧସେଇ ପଶିବାକୁ କନିଷ୍ଠ ଶିକ୍ଷକଙ୍କ ଉଦ୍ୟମ । ୩ନମ୍ବର ଗେଟ ଦେଇ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ଅଟକାଇଛି ପୋଲିସ । ବିଭିନ୍ନ ଦାବି ନେଇ କନିଷ୍ଠ ଶିକ୍ଷକ ସଂଘ ଲୋୟର ପିଏମଜିରେ ୧୫ଦିନ ହେଲା ଧାରଣାରେ ବସିଥିଲେ । ଦାବି ପୂରଣ ନହେବାରୁ ଧାରଣାରୁ ଉଠି ହଠାତ କିଛି ଆନ୍ଦୋଳନକାରୀ ବିଧାନସଭା ଆଡକୁ ମାଡି ଯାଇଥିଲେ । ବିଧାନସଭାର ଗେଟ ଠେଲି ଭିତରକୁ ପଶିବାକୁ ଉଦ୍ୟମ କାରିଥିଲେ । ଏହି ଘଟଣାରୁ ୧୦ରୁ ୧୨ଜଣଙ୍କୁ ଅଟକ ରଖିଛି ପୋଲିସ ।