କନକ ବ୍ୟୁରୋ: ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚାଲିଛି ଉଦ୍ୟମ । ଏନେଇ ଚିନ୍ତାପ୍ରକାଶ କରି ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଛନ୍ତି ୨୧ ଜଣ ଅବସରପ୍ରାପ୍ତ ବିଚାରପତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ କିଛି ବ୍ୟକ୍ତି ଉଦ୍ୟମ ଚଳାଇଛନ୍ତି । କେତେକ ଗୋଷ୍ଠୀ ସୁଚିନ୍ତିତ ଚାପ ସୃଷ୍ଟି କରିବା, ଭୁଲ ତଥ୍ୟ ପ୍ରଚାର କରିବା କରି ନ୍ୟାୟପାଳିକାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ମିଳିତ ଭାବେ ଚିନ୍ତା ପ୍ରକଟ କରୁଥିବା ୨୧ ବିଚାରପତି ପ୍ରଧାନବିଚାରପତିଙ୍କୁ ଜଣାଇଛନ୍ତି । ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭକୁ ଦୃଷ୍ଟିରେ ରଖି ଏଭଳି କରାଯାଉଥିବା ଚିଠିରେ ଉଲ୍ଲେଖ କରାଯାଇଛି ।
ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚାଲିଛି ଉଦ୍ୟମ: ସିଜେଆଇଙ୍କ ପାଖକୁ ଚିଠି ଲେଖି ଚିନ୍ତାପ୍ରକାଶ କଲେ ୨୧ ଅବସରପ୍ରାପ୍ତ ବିଚାରପତି
/kanak/media/post_attachments/wp-content/uploads/2024/04/40-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)