ଝାରସୁଗୁଡାରୁ ଆସିଲା ଲଜ୍ଜାଜନକ ଖବର । ଯୁବତୀଙ୍କୁ ଏକୁଟିଆ ପାଇ ଦୁଇ ଯୁବକଙ୍କ ବଳାତ୍କାର ଉଦ୍ୟମ, ଭିଡିଓ ଭାଇରାଲ ପରେ ଜଣେ ଗିରଫ

487

କନକ ବ୍ୟୁରୋ : ମହାମାରୀ କରୋନା କଲବଲ କରୁଥିବାବେଳେ ଆସାମାଜିକଙ୍କୁ ଏହାର କିଛି ଫରକ ପଡୁନି । ସେମାନଙ୍କୁ ନା ଅଛି ସଂକ୍ରମଣର ଭୟ ନା ଦଣ୍ଡର ଭୟ । କରୋନା କବଳରୁ ରକ୍ଷା ପାଇବା ପାଇଁ ସାରାଦେଶ ତ୍ରାହିତ୍ରାହି ଡାକୁଥିବାବେଳେ ଝାରସୁଗୁଡାରୁ ଆସିଛି ବଳକ୍ରାର ଉଦ୍ୟମର ଏକ ଲଜ୍ଜାଜନକ ଖବର ।

ସୂଚନା ଅନୁସାରେ ଗତ ଗୁରୁବାର ଦିନ ଦ୍ୱିପ୍ରହରରେ ବସଷ୍ଟାଣ୍ଡ ନିକଟ ଏକ ପରିତ୍ୟକ୍ତ କୋଠାରେ ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ଦୁଇ ଅସାମାଜିକ ଯୁବକ ବଳାକ୍ରାର ଉଦ୍ୟମ କରିଥିଲେ । ଯୁବତୀ ଜଣଙ୍କ ପାଟି କରିବାରୁ ନିକଟରେ ଥିବା କେତେଜଣ ଯୁବକ ପହଁଚି ଏହାକୁ ବିରୋଧ କରିଥିଲେ । ଫଳରେ ଦୁବୃର୍ତମାନେ ଘଟଣାସ୍ଥଳ ଛାଡି ଚାଲି ଯାଇଥିଲେ । ତେବେ ସେହି ସମୟର ଦୃଶ୍ୟକୁ କେହି ମୋବାଇଲରେ ଭିଡିଓ କରିଥିଲେ । ସୋସିଆଲ ମିଡିଆରେ ସେହି ଭିଡିଓ ଭାଇରାଲ ହେବା ପରେ ଏହା ଆଲୋଡନ ସୃଷ୍ଟି କରିଛି । ଏନେଇ ଖବର ପାଇବା ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟ ଜଣେ ଫେରାର ଅଛି । ତେବେ ଲକଡାଉନ ସମୟରେ ପୋଲିସର କଡା ପହରା ସତ୍ୱେ ଜନଗହଳି ପୂର୍ଣ୍ଣ ଅଂଚଳରେ ଏଭଳି ଘଟଣା କେମିତି ଘଟିଲା ତାକୁ ନେଇ ପ୍ରଶ୍ନ ଉଠିଛି ।