ଅସୁରକ୍ଷିତ ରାଜଧାନୀ । ମିଛ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ । ଦୁର୍ବୃତ୍ତକୁ କାବୁ କଲେ ସ୍ଥାନୀୟ ଲୋକ

Advertisment
ଅସୁରକ୍ଷିତ ରାଜଧାନୀ । ମିଛ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ । ଦୁର୍ବୃତ୍ତକୁ କାବୁ କଲେ ସ୍ଥାନୀୟ ଲୋକ

କନକ ବ୍ୟୁରୋ: ଅସୁରକ୍ଷିତ ରାଜଧାନୀ । ଭୁବନେଶ୍ୱରରେ ପୁଣି ନକଲି ବନ୍ଧୁକ ଦେଖାଇ ଦୋକାନ ଲୁଟ୍ ଉଦ୍ୟମ । ବୁଧବାର ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀବିହାର ଅଞ୍ଚଳରେ ଏକ ତେଜରାତି ଦୋକାନରୁ ଲୁଟ୍ ଉଦ୍ୟମ କରାଯାଇଛି । ତେବେ ଦୁବୃର୍ତ୍ତ ଜଣକ ଲୁଟ୍ ଟଙ୍କା ନେଇ ଫେରାର୍ ହେଉଥିବାବେଳେ ସ୍ଥାନୀୟ ଲୋକ ତାକୁ କାବୁ କରିନେଇଥିଲେ । ଏହାପରେ ତାକୁ ପ୍ରବଳ ମାଡ ମାରିଥିବା ସୂଚନା ରହିଛି । ଲୋକଙ୍କ ମାଡରେ ଲୁଟେରା ଜଣକ ଗୁରୁତର ହୋଇଥିବାବେଳେ , ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବନ୍ଧୁକ ଦେଖାଇ ଦୋକାନ ଲୁଟ୍ କରିଥିବା ଏହି ଦୁର୍ବୃତ୍ତ ଜଣକ କିଏ ତା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତା ପାଖରୁ ଜବତ ହୋଇଥିବା ବନ୍ଧୁକ ଟି ନକଲି ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe