ଉଷା ପାଢ଼ୀଙ୍କ ନାଁରେ ଫ୍ରଡ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ: ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ

Advertisment
ଉଷା ପାଢ଼ୀଙ୍କ ନାଁରେ ଫ୍ରଡ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ: ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ

କନକ ବ୍ୟୁରୋ: ଆଇଏଏସ୍ ଅଧିକାରୀଙ୍କୁ ବି ଛାଡିଲେନି ସାଇବର ଠକ। ଆଇଏଏସ୍ ଅଧିକାରୀ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ନାଁରେ ଫେକ୍ ଆଇଡି ଖୋଲି ଟଙ୍କା ମାଗୁଛନ୍ତି ସାଇବର ଠକ। ଏନେଇ ନଜେ ଉଷା ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। କିଛି ଠକ ହ୍ବାଟସପରେ ଉଷାଙ୍କ ଫଟୋ ଥିବା ଡିପି ରଖି ତାଙ୍କର ସମ୍ପର୍କୀୟ ଏବଂ ଚିହ୍ନା ପରିଚିତ ଲୋକଙ୍କୁ ଟଙ୍କା ମାଗୁଛନ୍ତି। ଏକାଧିକ ନମ୍ବରକୁ ମେମେଜ କରି ଠକ ଟଙ୍କା ମାଗୁଥିବା ନେଇ ସେ ସୂଚନା ଦେଇଛନ୍ତି। ଠକ ଜଣଙ୍କୁ ୫୦ ହଜାର ଟଙ୍କା ମାଗୁଥିବାର ସ୍କ୍ରିନସଟ୍ ସେୟାର କରିଛନ୍ତି ଉଷା ପାଢୀ। ଏଭଳି ଠକଙ୍କଠୁ ଦୂରେଇ ରହିବା ସହ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି ଉଷା ପାଢୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe