କଟକରୁ ଆସିଲା ଲଜ୍ଜାଜନକ ଖବର । ବୋହୂକୁ ଶ୍ୱଶୁରର ଦୁଷ୍କର୍ମ ଉଦ୍ୟମ

ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିବା ନେଇ ଥାନାରେ ପୀଡ଼ିତା ବୋହୂ ଅଭିଯୋଗ କରିଛନ୍ତି

619

କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ଇଟାମୁଣ୍ତଳି ଗ୍ରାମରେ ଜଣେ ମହିଳାଙ୍କ ପିଲା ନ ହେବାରୁ ତାଙ୍କ ଶାଶୁଘର ଲୋକେ ନିର୍ଯାତନା ଦେବା ସହ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିବା ନେଇ ଥାନାରେ ପୀଡ଼ିତା ବୋହୂ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଇଟାମୁଣ୍ତଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ସ୍ବର୍ଣ୍ଣଲତା ସାହୁଙ୍କୁ ଦୀର୍ଘଦିନ ହେବ ପିଲା ନ ହେବାରୁ ଶାରୀରିକ, ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ।

ଆଜି ଶ୍ବଶୁର ବୋହୂ ସ୍ବର୍ଣ୍ଣଲତାଙ୍କୁ ପାଖକୁ ଡ଼କାଇ ଘରେ ପୁରାଇ ଜୋର ଜବରଦସ୍ତି ମାଡ଼ ମାରୀ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ନିଜକୁ ବଞ୍ଚାଇବାକୁ ଯାଇ ଜୋ‌ରରେ ପାଟି କରିବାରୁ ଘଟଣାସ୍ଥଳରେ ତାଙ୍କ ସ୍ବାମୀ ସାରଦା ପ୍ରସାଦ ପହଞ୍ଚିଥିଲେ । ପରେ ଶ୍ବଶୁର ଉଭୟ ପୁଅ ବୋହୂଙ୍କୁ ମାଡ଼ ମାରିଥିଲେ ବୋଲି ଥାନାରେ ଅଭିଯୋଗ କରିବା ସହ ନ୍ୟ‌ାୟ ନ ମିଳିଲେ ଉଭୟ ସ୍ବାମୀ ସ୍ତ୍ରୀ ଆତ୍ମାହୁତି ଦେବେ ବୋଲି ଚେତାବନୀ‌ ଦେଇଛନ୍ତି ।