କନକ ବ୍ୟୁରୋ : ପିଜି ଛାତ୍ରୀଙ୍କୁ ଅଟୋଚଳାକଙ୍କ ଦୁଷ୍କର୍ମ ଉଦ୍ୟମ । କଲେଜକୁ ଛାଡ଼ି ଦେବା କହି ଅଧରାସ୍ତାରେ ଛାତ୍ରୀଙ୍କୁ ଟଣାଓଟରା କଲା ଅଟୋ ଚାଳକ । ମୁଣ୍ଡଳୀ ଇଟାବାସେଳୀ ଜଙ୍ଗଲରେ ଅଟୋ ଚାଳକ ନିକଟରୁ ଉଦ୍ଧାର ପାଇଁ ଚିତ୍କାର କରିଥିଲେ ଛାତ୍ରୀ ।

Advertisment

ଯୁବତୀଙ୍କ ଚିତ୍କାର ଶୁଣି ସେହି ରାସ୍ତାରେ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକମାନେ ଘଟଣା ସ୍ଥଳରେ ପହଂଚିଥିଲେ । ଅଟୋ ଚାଳକ ପାଖରୁ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ  । ଘଟଣା ସ୍ଥଳରେ ବାରଙ୍ଗ ଥାନା ପୁଲିସ ପହଂଚି ଅଟୋ ଚାଳକକୁ ଗିରଫ କରିଛି ।