କନକ ବ୍ୟୁରୋ : ପିଜି ଛାତ୍ରୀଙ୍କୁ ଅଟୋଚଳାକଙ୍କ ଦୁଷ୍କର୍ମ ଉଦ୍ୟମ । କଲେଜକୁ ଛାଡ଼ି ଦେବା କହି ଅଧରାସ୍ତାରେ ଛାତ୍ରୀଙ୍କୁ ଟଣାଓଟରା କଲା ଅଟୋ ଚାଳକ । ମୁଣ୍ଡଳୀ ଇଟାବାସେଳୀ ଜଙ୍ଗଲରେ ଅଟୋ ଚାଳକ ନିକଟରୁ ଉଦ୍ଧାର ପାଇଁ ଚିତ୍କାର କରିଥିଲେ ଛାତ୍ରୀ ।
ଯୁବତୀଙ୍କ ଚିତ୍କାର ଶୁଣି ସେହି ରାସ୍ତାରେ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକମାନେ ଘଟଣା ସ୍ଥଳରେ ପହଂଚିଥିଲେ । ଅଟୋ ଚାଳକ ପାଖରୁ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ବାରଙ୍ଗ ଥାନା ପୁଲିସ ପହଂଚି ଅଟୋ ଚାଳକକୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/35-7.jpg)