କନକ ବ୍ୟୁରୋ : ନୟାଗଡ କଂଟେଇମୁଣ୍ଡି ବାଇଗଣକୁ ମିଳିବ ଭୌଗଳିକ ପରିଚୟ । ଏନେଇ ଚେନ୍ନାଇର ରେଜିଷ୍ଟ୍ରୀ ଅଫ ଜିଓଗ୍ରାଫିକାଲ ଇଣ୍ଡିକେଶନ ନିକଟରେ ଆବେଦନ କରାଯାଇଥିବା ବେଳେ ସଂସ୍ଥା ମଧ୍ୟ ଆବେଦନକୁ ଗ୍ରହଣ କରିଛି । ଏହି ବାଇଗଣ ଅନ୍ୟ ବାଇଗଣଠାରୁ କିଛି ସ୍ୱତନ୍ତ୍ର । ଏହାର ପତ୍ରରୁ ନେଇ ଗଛ ସାରା କଂଟାରେ ଭର୍ତି । ଆକାରରେ ଛୋଟ ହୋଇଥିଲେ ବି ଏହାର ଟେଷ୍ଟ କିନ୍ତୁ ଅନ୍ୟ ବାଇଗଣ ଅପେକ୍ଷା ଭିନ୍ନ ।
ନୟାଗଡରୁ ନେଇ କଂଟିଲୋ ଓ ବଡବାଣପୁର ଅଂଚଳରେ ବହୁଳ ଭାବରେ ଚାଷ ହୋଇଥାଏ । ବିଶେଷ କରି ମହାନଦୀ ଅବବାହିକାରେ ଏହି ଚାଷ ବେଶୀ ପରିମାଣରେ ହୋଇଥାଏ । ପ୍ରାୟତ କଂଟିଲୋ ଅଂଚଳରେ ଏହି ଚାଷ ବହୁପରିମାଣରେ ହୋଇଥାଏ । ସେଥିପାଇଁ ଏହାର ନାଁ କଂଟେଇମୁଣ୍ଡି ରଖାଯାଇଛି । ବର୍ଷ ବର୍ଷ ଧରି ଏ ଅଂଚଳର ଲୋକେ ଚାଷ କରିଆସୁଥିବା ବେଳେ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ହେଲେ ଏହି ଚାଷ ପାଇଁ ସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ମିଳିପାରିନି ।