କନକ ବ୍ୟୁରୋ : ପାଣିକୋଇଲି ଥାନା ଅନ୍ତର୍ଗତ ବରୁଣେଇପଡ଼ା ଗାଁରେ ଶ୍ୱଶୁର ନିଜର ବୋହୂକୁ ଧାରୁଆ କତାରେ ୧୪ ଥର ହାଣିବା ପରେ ନିଜେ ଆତ୍ମହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ନୀଳମଣି ବେହେରାଙ୍କ ସ୍ତ୍ରୀ ଶକୁନ୍ତଳା ବେହେରା (୨୭)କୁ ଶ୍ୱଶୁର ଦାମୋଦର ବେହେରା (୪୮) କତାରେ ଆକ୍ରମଣ କରିଛି । ନିଜ ପୁଅର ଅନୁପସ୍ଥିତତା ନେଇ ଶ୍ୱଶୁର ବୋହୂକୁ ହାଣି ଲହୁଲୁହାଣ କରିଛି। ଶକୁନ୍ତଳାକୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
/kanak/media/post_attachments/wp-content/uploads/2019/02/522891-murder.jpg)