ରାହୁଲ ଗାନ୍ଧୀଙ୍କ ଉପରେ ଖପ୍ପା ଶିବସେନାର ଉଦ୍ଧବ ଗୋଷ୍ଠୀ । ସାବରକରଙ୍କୁ ନେଇ ଦେଇଥିବା ବୟାନକୁ ଜଣାଇଲେ ଅସନ୍ତୋଷ ।

167

କନକ ବ୍ୟୁରୋ: ସାବରକରଙ୍କୁ ନେଇ କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛି ଶିବସେନା ଉଦ୍ଧବ ଗୋଷ୍ଠୀ । ମହାରାଷ୍ଟ୍ରରେ ମହାବିକାଶ ଅଘାଡି ମେଣ୍ଟରେ କଂଗ୍ରେସ ସହ ଶିବସେନା ଉଦ୍ଧବ ଗୋଷ୍ଠୀ ମଧ୍ୟ ରହିଛି । ତେବେ ରାହୁଲ ଗାନ୍ଧୀଙ୍କୁ ଏହି ମନ୍ତବ୍ୟକୁ ନେଇ ନିନ୍ଦା କରାଯାଇଛି । ସାବରକରଙ୍କୁ ନେଇ ଆପତ୍ତିଜନକ ବୟାନ ଦେଲେ ରାହୁଲ ଗାନ୍ଧୀଙ୍କ ପ୍ରତି ସହାନୁଭୁତି କମିବ । ସେହିପରି ଜନସାଧାରଣଙ୍କୁ ସାମନା କରିବା ମଧ୍ୟ ଦଳ ପାଇଁ କଷ୍ଟ ହେବ ବୋଲି ଶିବସେନା ଉଦ୍ଧବ ଗୋଷ୍ଠୀର ମୁଖପତ୍ରିକା ସାମନାରେ ଚେତାଇ ଦିଆଯାଇଛି । ସେହିପରି କଂଗ୍ରେସ୍ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଡିନର ପାର୍ଟିକୁ ମଧ୍ୟ ବର୍ଜନ କରିବାକୁ ନିଷ୍ପତି ନେଇଛି । ସାବରକରଙ୍କ ପ୍ରତି ଅପମାନ ସୂଚକ ବୟାନ ଦେଲେ ମେଣ୍ଟରେ ଫାଟ ସୃଷ୍ଟି ହେବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ଏକ ପ୍ରେସ୍ କନଫରେନ୍ସରେ କହିଥିଲେ, ମୋ ନାଁ ସାବରକର ନୁହେଁ ମୋ ନାଁ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ ।