ପ୍ରାର୍ଥନା ସଭାରେ ଇସାଇ ସମୁଦାୟର ଲୋକଙ୍କୁ ଖଣ୍ଡା, ଲୁହା ଛଡ ଓ କାଚ ବୋତଲ ଦ୍ୱାରା ଆକ୍ରମଣ, ୧୨ ଆହତ

151

ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ପ୍ରାର୍ଥନା ସଭା ସମୟରେ ଲୋକଙ୍କ ଏକ ସମୂହ ଦ୍ୱାରା କରାଯାଇଥିବା ଆକ୍ରମଣରେ ସର୍ବନିମ୍ନ ୧୨ଜଣ ଲୋକ ଆହତ ହୋଇଯାଇଛନ୍ତି । ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣା ଯେବେ ଘଟିଲା, ସେତେବେଳେ କୋହ୍ଲାପୁରର କୋୱାଡ ଗାଁରେ ଭୀମସେନ ଚୌହାନଙ୍କ ଆବାସରେ ପାଖାପାଖି ୨୦-୨୫ ଜଣ ଲୋକ ରବିବାରର ପ୍ରାର୍ଥନା ସଭାରେ ଭାଗ ନେଇଥିଲେ । ଏହି ଗାଁ କର୍ଣ୍ଣାଟକର ସୀମାରେ ଅବସ୍ଥିତ । ଖଣ୍ଡା, ଲୁହାର ଛଡ ଓ କାଚ ବୋତଲ ଧରି ୧୦ରୁ ୧୫ ମୁଖାପିନ୍ଧା ଲୋକଙ୍କ ଏକ ସମୁଦାୟ ମୋଟରସାଇକେଲରୁ ଚୌହାନଙ୍କ ବାସଭବନରେ ପହଂଚିଲେ ଓ ଲୋକଙ୍କୁ ଆକ୍ରମଣ କଲେ ।

ଅଧିକାରୀଙ୍କ କହିବାନୁଯାୟୀ, ପ୍ରାର୍ଥନା କରୁଥିବା ଲୋକଙ୍କ ଉପରକୁ ପଥର ଫିଙ୍ଗିଲେ ଓ ଘର ଭିତରକୁ ପଶିବାକୁ ଉଦ୍ୟମ କଲେ । କିନ୍ତୁ ପ୍ରାର୍ଥନା ସଭାରେ ଥିବା କିଛି ମହିଳା ଆକ୍ରମଣକାରୀଙ୍କ ଉପରକୁ ଲଙ୍କା ପାଉଡର ଫୋପାଡିଲେ ଓ ତାଙ୍କୁ ଭାଗିବାକୁ ବାଧ୍ୟ କଲେ । ଏହି ଆକ୍ରମଣରେ ୧୨ଜଣ ଲୋକ ଆହତ ହୋଇଛନ୍ତି ଓ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ପଛର କାରଣ ଜଣାପଡିନଥିବା ବେଳେ ପ୍ରାର୍ଥନା ଭଙ୍ଗ କରିବାର ଉଦ୍ୟମ ଥିଲା ବୋଲି ସମସ୍ତେ ଭାବୁଛନ୍ତି । ପୁଲିସ ଅଜ୍ଞାତ ଲୋକଙ୍କ ବିରୋଧରେ ଦଙ୍ଗା ଓ ହତ୍ୟା ପ୍ରଚେଷ୍ଟା ମାମଲା ରୁଜୁ କରିଛି ।