ପଶ୍ଚିମବଙ୍ଗରେ ବିଜେପି ନେତାଙ୍କ ଉପରେ ଆକ୍ରମଣ । ମୋଦିଙ୍କ ରାଲିରୁ ଫେରୁଥିବା ବେଳେ ଗାଡି ଉପରେ ହେଲା ପଥର ବର୍ଷା

158

ପଶ୍ଚିମବଙ୍ଗରେ ବିଜେପି-ଟିଏମସି କଳି ଏବେ ଉଗ୍ରରୂପ ଧରିଛି । ପୁଣିଥରେ ବିଜେପି ନେତାଙ୍କ ଉପରେ ହୋଇଛି ଆକ୍ରମଣ । ଗତକାଲି ଦମଦମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ସଭାରୁ ଫେରିବା ସମୟରେ ନାଗରବଜାର ନିକଟରେ ବିଜେପି ପ୍ରାର୍ଥୀ ସାମିକ ଭଟ୍ଟାଚାର୍ଯ୍ୟ ଓ ମୁକୁଲ ରାୟଙ୍କ ଗାଡି ଉପରେ ହୋଇଥିଲା ଆକ୍ରମଣ । ବିଭିନ୍ନ ପଟରୁ ଗାଡି ଉପରେ ପଥର ବର୍ଷା ହୋଇଥିଲା । ତେବେ ସୌଭାଗ୍ୟବସତଃ ବିଜେପି ନେତା ଗାଡିରୁ ବାହାରି ଆସିଥିଲେ । ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଆକ୍ରମଣର ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି । ପଥରମାଡରେ ଗାଡି ଗୁଡିକର ଆଗ ଓ ପଛ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏହାପୂର୍ବରୁ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଯାହାକୁ ନେଇ ବିଜେପି-ଟିଏମସି ମଧ୍ୟରେ ବୟାନ ଯୁଦ୍ଧ ଦେଖିବାକୁ ମିଳିଥିଲା ।

ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ । ଶେଷ ପର୍ଯ୍ୟାୟରେ ଏହି ନିର୍ବାଚନ ହେଉଥିବାର ପ୍ରତ୍ୟେକ ଦଳ ନିଜର ଜୋର ଲଗାଇ ଦେଇଛନ୍ତି । ତେବେ ବାରମ୍ବାର ହିଂସା ଘଟୁଥିବା କାରଣରୁ ନିର୍ବାଚନ କମିଶନ ପ୍ରଚାରକୁ ଗୋଟିଏ ଦିନ ପୂର୍ବରୁ ବନ୍ଦ କରି ଦେଇଛନ୍ତି । ଯାହାକୁ ନେଇ ରାଜନୀତି ଜୋର ଧରିଛି ।