ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଆସିଛି ହିଂସାର ଛାତିଥରା ଦୃଶ୍ୟ । ପ୍ରେସ ଗାଡିକୁ ଆକ୍ରମଣ କରି ଭାଙ୍ଗିଲେ ଦୁବୃର୍ତ୍ତ ।

114

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସରିଥିବାବେଳେ ନିର୍ବାଚନ ସମୟରେ ହିଂସାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ଆଜି ଭୋଟବେଳେ ଏହି ହିଂସାରୁ ବାଦ ପଡିନାହିଁ ସାମ୍ବାଦିକଙ୍କ ଗାଡି । ଏକ ଜାତୀୟ ଗଣମାଧ୍ୟମର ଗାଡିକୁ କିଛି ଲୋକ ବାଟରେ ଅଟକାଇ ଆଖିବୁଜା ବାଡିରେ ଭାଙ୍ଗିଚାଲିଛନ୍ତି । ଗାଡି ଉପରକୁ କିଛି ଲୋକ ପ୍ରବଳ ଟେକାପଥର ମାଡ କରୁଥିବାବେଳେ ଆଉ କିଛି ଲୋକ ବାଡି ସାମ୍ନା ଓ ପଛପଟ କାଚ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ପ୍ରାୟ ୧ ମିନିଟ ୧୪ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିିଛି ଯେ, କିଛି ଲୋକ ପ୍ରେସ ଲେଖାଯାଇଥିବା ଗାଡି ଭିତରେ ବସିଛନ୍ତି ଆଉ ସେମାନଙ୍କ ଜୀବନକୁ ଖାତିର ନ କରି କିଛି ଲୋକ ଗାଡିକୁ ଆଖିବୁଜା ଭାଙ୍ଗିଚାଲିଛନ୍ତି । ଗାଡିରେ ବସିଥିବା ଲୋକଙ୍କ ସହ ଆକ୍ରମଣକାରୀଙ୍କ ବଚସା ହେଉଥିବା ବି ଦେଖିବାକୁ ମିଳିଛି । ବିଜେପିର ଅଭିଯୋଗ ଅନୁସାରେ, ଏହି ଆକ୍ରମଣ ପଛରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ହାତ ରହିଛି , ଯାହା ନିନ୍ଦନୀୟ ।