କନକ ବ୍ୟୁରୋ: ଅନୁଗୁଳରେ ପ୍ରଜାକୋର୍ଟ । ମଝି ରାସ୍ତାରେ ହେଲା ଦଣ୍ଡବିଧାନ । ଆଗରେ ଗାଡ଼ି କାଟି ଚାଲିଗଲେ ବୋଲି ସଜା ମିଳିଛି। ଜାତୀୟ ରାଜପଥ କଡ଼ରେ ଦୁଇ ଜଣ ଯୁବକ ଆଣ୍ଠେଇବା ସହ ଠିଆ ଗୋଇଠା ଖାଇଛନ୍ତି। କେବଳ ଠିଆ ଗୋଇଠା ନୁହେଁ, ପାଞ୍ଚଣରେ ମାଡ଼ ଖାଇଛନ୍ତି। ବଅଁରପାଳର ୫୫ ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ ଦିନ ଦ୍ୱିପହରରେ ଦେଖିବାକୁ ମିଳିଛି ପ୍ରଜାକୋର୍ଟ । ଦୁଇଜଣ ଯୁବକଙ୍କୁ ରାଜପଥ କଡରେ ଆଣ୍ଠେଇବା ସହ ମାଡ ଓ ଅସଭ୍ୟ ଭାଷା ପ୍ରୟୋଗ କରିଛନ୍ତି ଜଣେ ବ୍ୟକ୍ତି ।
ପ୍ରଜାକୋର୍ଟ ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜନେତା । ସେ ରାସ୍ତାରେ ଆସୁଥିବା ସମୟରେ ଏହି ଦୁଇ ବାଇକରେ ତାଙ୍କୁ କଟ ମାରିଥିଲେ । ଏହି ଘଟଣାରେ ରାଜନେତା ଜଣକ ଉତକ୍ଷିପ୍ତ ହୋଇ ବଅଁରପାଳଛକଠାରେ ସଂପୃକ୍ତ ବ୍ୟକ୍ତି ଏଭଳି ଦଣ୍ଡ ଦେଉଥିବା ଦେଖିବାକୁ ମିଳିଛି ।
ସବୁଠାରୁ ବଡ କଥା ହେଲା ସଂପୃକ୍ତ ବ୍ୟକ୍ତି ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ ବି ଏହାକୁ ଅଟାଇବାକୁ ସାହସ କରିନଥିଲେ । କାରଣ ଦଣ୍ଡ ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସାଂସଦଙ୍କ ପ୍ରତିନିଧି ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Punishment.jpg)
/kanak/media/post_attachments/wp-content/uploads/2018/09/vlcsnap-2018-09-11-09h11m31s264-300x220.png)
/kanak/media/post_attachments/wp-content/uploads/2018/09/vlcsnap-2018-09-11-09h11m24s577-300x220.png)