କନକ ବ୍ୟୁରୋ: ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇଜଣ ସୁରକ୍ଷା କର୍ମୀଙ୍କୁ  ଗିରଫ କରିଛି ପୋଲିସ । ଏମାନେ ହେଲେ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ । ଏହି ଦୁଇଜଣ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ଅନ୍ୟପଟେ ଏତିକିରେ ଶାନ୍ତ ପଡିନାହାଁନ୍ତି ସାମ୍ବାଦିକ । କର୍ମଚାରୀଙ୍କ ଗିରଫ ଦାବିରେ ମଲ୍ ସମ୍ମୁଖରେ ଦେଇଛନ୍ତି ଧାରଣା । ଧାରଣା ସ୍ଥଳରେ ଡିସିପି ପହଁଞ୍ଚି ଏହି ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ମଲ ସାମ୍ନାରେ ଧାରଣରେ ଥିବା ସାମ୍ବାଦିକଙ୍କ ସହ ଆଲୋଚନା କରି ଡିସିପି ସୂଚନା ଦେଇଛନ୍ତି ଯେ, ଏସପ୍ଲାନେଡ ମଲର ୨ଜଣ ସୁରକ୍ଷା କର୍ମୀ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳଙ୍କୁ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ ଅଭିଯୋଗରେ ପୋଲିସ ଗିରଫ କରିଛି। ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଅତି ନିନ୍ଦନୀୟ । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।  ଘଟଣାର ତଦନ୍ତ ଦାୟିତ୍ୱ ଆଡିସନାଲ ଡିସିପିଙ୍କୁ ଦିଆଯାଇଛି ବୋଲି ଡିସିପି ଅନୁପ ସାହୁ କହିଛନ୍ତି ।

publive-image

ଏସପ୍ଲାନେଡରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଓ ମାଡମରା ଘଟଣା ଏବେ ଜୋର ଧରିଛି। ରସୁଲଗଡ ସ୍ଥିତ ଏସପ୍ଲାନେଡ୍ ମଲ୍ ସାମ୍ନାରେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି। ଆକ୍ରମଣ କରିଥିବା ମଲ୍ କର୍ମଚାରୀଙ୍କ ଗିରଫ ଓ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଏସପ୍ଲାନେଡ ସାମ୍ନାରେ ବିକ୍ଷୋଭ କରିଛନ୍ତି ସାମ୍ବାଦିକମାନେ। ବେଆଇନ ପାର୍କିଂ ଫି ଆଦାୟ କରାଯାଉଥିବା ଖବର ସଂଗ୍ରହ କରୁଥିବା ସମୟରେ ମହିଳା ସାମ୍ୱାଦିକା ସ୍ୱାତୀ ଜେନାଙ୍କୁ ଗତକାଲି ମାଡ଼ ମାରିଥିଲେ ଏସପ୍ଲାନେଡ ମଲ କର୍ମଚାରୀ । ଜଣେ କି ଦୁଇ ଜଣ ନୁହେଁ ସଂଘବଦ୍ଧ ଭାବେ ମଲର କର୍ମଚାରୀମାନେ ସାମ୍ୱାଦିକା ଏବଂ ତାଙ୍କ ତାଙ୍କ କ୍ୟାମେରାଟିମକୁ ଆକ୍ରମଣ କରିଥିଲେ । ଏପରିକି ମହିଳା ସାମ୍ବାଦିକାଙ୍କୁ ଗୋଇଠା ମାରି, କ୍ୟାମେରା ଛଡାଇ ଏକ କୋଠରୀରେ ବନ୍ଦ କରିଥିଲେ। ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା ।