ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ସରପଂଚଙ୍କୁ ଆକ୍ରମଣ । ପଂଚାୟତ କାର୍ଯ୍ୟାଳୟରେ ହରିହର ନନ୍ଦଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ । ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର 

78

କନକ ବ୍ୟୁରୋ :  ସରପଂଚଙ୍କୁ ଆକ୍ରମଣ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ସୂଚନା । ସତ୍ୟବାଦୀ ବ୍ଲକ ଦାସ-ବିଦ୍ୟାଧରପୁର ସରପଂଚ ହରିହର ନନ୍ଦଙ୍କୁ ଆକ୍ରମଣ ହୋଇଛି । ଦୃବୃର୍ତମାନେ ହରିହରଙ୍କୁ ପଂଚାୟତ କାର୍ଯ୍ୟାଳୟରେ ଭୁଜାଲିରେ ହାଣିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପୁରୀ ସାକ୍ଷୀଗୋପଳରୁ ପତ୍ନୀଙ୍କ ଶବକୁ କଟକ ମେଡିକାଲକୁ କବିର ଭୋଇ ଟ୍ରଲିରେ ୭୦ କିଲୋମିଟର ବୋହି ନେବା ଘଟଣା ପରେ ସରପଂଚ ହରିହର ଚର୍ଚ୍ଚାକୁ ଆସିଥିଲେ । କବିରଙ୍କ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାଙ୍କ ଘରକୁ ଏବେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଏହାକୁ ନେଇ ସେଠାରେ ରାଜନୈତିକ ଛକାପଂଝା ଚାଲିଥିବା ଚର୍ଚ୍ଚା ହେଉଛି ।