ସରପଞ୍ଚଙ୍କୁ ଆକ୍ରମଣ । କଟକ ଆଠଗଡ ଭିରୁଡା ପଂଚାୟତ କାର୍ଯ୍ୟାଳୟରେ ପଶି ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ, ପ୍ରବାସୀଙ୍କ ଖାଇବା ଫୋପାଡିଲେ, ଭଙ୍ଗାରୁଜା ସହ ସରପଂଚଙ୍କୁ ଆକ୍ରମଣ ଅଭିଯୋଗ ।

480

କନକ ବ୍ୟୁରୋ: ସରପଂଚଙ୍କୁ ଆକ୍ରମଣ । କଟକ ଆଠଗଡ ତିଗିରିଆ ବ୍ଲକ ଭିରୁଡା ପଂଚାୟତରେ ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ । ପଂଚାୟତ କାର୍ଯ୍ୟାଳୟ ଭିତରକୁ ପଶି ଭଙ୍ଗାରୁଜା କରିବା ସହ ଯୁବକ ଜଣକ ସରପଂଚକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ଫିଙ୍ଗା ଫୋପଡା କରିଛନ୍ତି ଉକ୍ତ ମଦ୍ୟପ ଯୁବକ ।

ତେବେ ବଡ଼ କଥା ହେଲା କି, ରାସନ କାର୍ଡରେ ନା କଟିଥିବା ପରେ ଯୁବକ ଜଣକ ଏପରି କାଣ୍ଡ କରିଥିବା କୁହାଯାଉଛି । ଏଭଳି ଖବର ପାଇବା ପରେ ଘଟଣାସ୍ଥଳକୁ ସ୍ଥାନୀୟ ପୋଲିସ ଯାଇ ଯୁବକ ଜଣକୁ ଥାନାରେ ଅଟକ ରଖିଛି । ଯୁବକଙ୍କୁ ଆଣିବାକୁ ଯାଇଥିବା ତାଙ୍କ ଭାଇଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।

Comments are closed.