କନକ ବ୍ୟୁରୋ: ସରପଂଚଙ୍କୁ ଆକ୍ରମଣ । କଟକ ଆଠଗଡ ତିଗିରିଆ ବ୍ଲକ ଭିରୁଡା ପଂଚାୟତରେ ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ । ପଂଚାୟତ କାର୍ଯ୍ୟାଳୟ ଭିତରକୁ ପଶି ଭଙ୍ଗାରୁଜା କରିବା ସହ ଯୁବକ ଜଣକ ସରପଂଚକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ଫିଙ୍ଗା ଫୋପଡା କରିଛନ୍ତି ଉକ୍ତ ମଦ୍ୟପ ଯୁବକ ।
ତେବେ ବଡ଼ କଥା ହେଲା କି, ରାସନ କାର୍ଡରେ ନା କଟିଥିବା ପରେ ଯୁବକ ଜଣକ ଏପରି କାଣ୍ଡ କରିଥିବା କୁହାଯାଉଛି । ଏଭଳି ଖବର ପାଇବା ପରେ ଘଟଣାସ୍ଥଳକୁ ସ୍ଥାନୀୟ ପୋଲିସ ଯାଇ ଯୁବକ ଜଣକୁ ଥାନାରେ ଅଟକ ରଖିଛି । ଯୁବକଙ୍କୁ ଆଣିବାକୁ ଯାଇଥିବା ତାଙ୍କ ଭାଇଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/9-6.jpg)