କନକ ବ୍ୟୁରୋ : ଚିନାମାଟି ଖନନକୁ ବିରୋଧ କରି ପୋଲିସକୁ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ । ଏଠାରେ ଚାଲିଥିବା ଚିନାମାଟି ଖନନକୁ ବିରୋଧ କରି ପୋଲିସ ଉପରେ ଚିନାମାଟି ସୁରକ୍ଷା ସମିତି ପକ୍ଷରୁ ହୋଇଛି ଆକ୍ରମଣ । ଘରୋଇ କମ୍ପାନୀର ଚିନାମାଟି ଖନନକୁ ବିରୋଧ କରି ଅଂଚଳବାସୀ ଏଭଳି ପଦକ୍ଷେପ ନେଇଛନ୍ତି ।

Advertisment

ସୂଚନା ଅନୁସାରେ ଗ୍ରାମବାସୀଙ୍କ ପକ୍ଷରୁ କ୍ଷତିପୂରଣ ଦେଇ ଚିନାମାଟି ଖନନ କରାଯାଉ ବୋଲି ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଛି । ଆଉ ସ୍ଥାନୀୟ ଲୋକଙ୍କୁ କ୍ଷତିପୂରଣ ନଦେଇ କମ୍ପାନୀର କର୍ମଚାରୀମାନେ ଚଳାଇଥିଲେ ମାଟି ଖନନ କାମ । ଏହି ସମୟରେ ଶତାଧିକ ଗ୍ରାମବାସୀ ପହଞ୍ଚି କମ୍ପାନୀ କର୍ମଚାରୀଙ୍କୁ ଘେରି ଯାଇଥିଲେ । ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପହଁଚିଥିବାବେଳେ ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ବି ଆକ୍ରମଣ କରିଥିଲେ । ପୋଲିସ କର୍ମଚାରୀଙ୍କୁ ଠେଲାପେଲା କରିବା ସହ ଖାଲକୁ ଠେଲି ଦେଇଥିଲେ ଉତ୍ୟକ୍ତ ଲୋକେ ।ଏପରିକି ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ ଉତ୍ତ୍ୟକ୍ତ ଲୋକେ ।