କନକ ବ୍ୟୁରୋ: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ରାଜଗାଙ୍ଗପୁର ଥାନା ଜାମପାଲିପଦାରେ ଥିବା ପେଟ୍ରୋଲ ପମ୍ପ କର୍ମଚାରୀ ଅନୀଲ ତିୱାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଛନ୍ତି । ଅନୀଲ ୨ ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ବାଇକରେ ଯାଉଥିବା ବେଳେ ଜାମପାଲି ବାଇପାସ୍ ନିକଟରେ ମୁଖା ପିନ୍ଧା ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ଏହା ପରେ ଛୁରୀରେ ଆକ୍ରମଣ କରି ଟଙ୍କା ବ୍ୟାଗ୍ ନେଇ ପଳାଇ ଯାଇଛନ୍ତି । ଗୁରୁତର ଅବସ୍ଥାରେ ଅନୀଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।