କନକ ବ୍ୟୁରୋ : କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରେ ଆକ୍ରମଣ ମାମଲା । ଆଜି ଆକ୍ରମଣ ଘଟଣାରେ ସାମିଲ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ । ଏଥିସହ ଆକ୍ରମଣ ସମୟରେ ବ୍ୟବହାର ହୋଇଥିବା ବୋଲେରୋ ଗାଡି ପୁଲିସ ଜବତ କରିଛି । ପୂର୍ବରୁ ଏହି ମାମଲାରେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ସଂଜୟ ମହାନ୍ତିଙ୍କୁ ଗିରଫ କରାଯାଇଥିଲା । ଗତ ରବିବାର ରାତିରେ କେନ୍ଦୁଝରର କାଶିପୁର ନିକଟରେ ପିସିସି ସଭାପତିଙ୍କ ଗାଡିକୁ କିଛି ଯୁବକ ଆକ୍ରମଣ କରିଥିଲେ । ଏନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା ।
ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଆଉ ୩ ଗିରଫ, ବୋଲେରୋ ଜବତ; ପୂର୍ବରୁ ଜଣେ ଗିରଫ ହୋଇଥିଲା
/kanak/media/post_attachments/wp-content/uploads/2021/01/36-11.jpg)