ରାଜଧାନୀରେ ରାତି ଅଧରେ ଖଣ୍ଡାରେ ହାଣି ଲୁଟିଲେ । ମଙ୍ଗଳବାର ବିଳମ୍ୱିତ ରାତିରେ ରସୁଲଗଡ ଛକରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିଲେ ଲୁଟେରା । ରସୁଲଗଡ ଗାଁ ଛକରେ ଘଟିଛି ଏପରି ଏକ ଲୁଟ୍ । ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀ ହେଉଛନ୍ତି ରସୁଲଗଡ ଛକରେ ଥିବା ତୃପ୍ତି ହୋଟେଲ ମାଲି ବୁଲୁ ସାମନ୍ତରାୟ । ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ରସୁଲଗଡ ଛକରେ ଗତକାଲି ରାତି ୧୨ଟାରେ ୪ ଜଣ ଯୁବକ ଦୁଇଟି ବାଇକରେ ପିଛା କରି ଆକ୍ରମଣ କରି ଲୁଟ୍ କରିଥିଲେ ।
ରାଜଧାନୀରେ ମାତିଛନ୍ତି ଲୁଟେରା । ରାତି ବଢିଲେ ଏବେ ଲୁଟେରାଙ୍କ ରାଜ୍ ବଢୁଛି । କମିଶନରେଟ୍ ପୋଲସିର ନାକ ତଳେ ଲୁଟେରା କାହାକୁ ହାଣୁଛନ୍ତି, ତ କାହାକୁ ଭୟଭୀତ କରି ଲକ୍ଷ, ଲକ୍ଷ ଟଂକା ଓ ସୁନାଗହଣା ଲୁଟିନେଉଛନ୍ତି । ଗତକାଲି ରାତିରେ ଭୁବନେଶ୍ୱର-ପୁରୀ ବାଇପାସ ରୋଡରେ ଥିବା ସେକେଣ୍ଡ ହ୍ୟାଣ୍ଡ ଗାଡି ସୋରୁମ ମହିମା ମୋଟର୍ସରେ ହୋଇଛି ବଡଧରଣର ଲୁଟ୍ । ୨ଟି ବାଇକରେ ହଠାତ ୫ ଜଣ ଦୁବୃର୍ତ ଆସିଥିଲେ ଗାଡି ସୋରୁମକୁ । ଚେହେରା ଲୁଚାଇବାକୁ ୩ ଜଣ ଦୁବୃର୍ତ ହେଲମେଟ୍ ପିନ୍ଧିଥିଲେ । ଆଉ ୨ ଜଣ ଦୁବୃର୍ତ ମୁହଁରେ ରୁମାଲ ପିନ୍ଧିଥିଲେ । ପ୍ରଥମେ ଗାଡି ସୋରୁମକୁ ଟାର୍ଗେଟ କରିଥିଲେ ଦୁବୃର୍ତ । ଗାଡି ସୋରୁମରୁ ଟଙ୍କା ଲୁଟ କରିବା ପରେ ପୁଣିଥରେ ଟାର୍ଗେଟ କରିଥିଲେ ଗ୍ରାହକକୁ । ଲୁଟେରାମାନେ ଲୁଟ କରି ଫେରୁଥିବା ସମୟରେ ହାବୁଡରେ ପଡିଗଲେ ଦୁଇଜଣ ଗ୍ରାହକ । ଗ୍ରାହକମାନଙ୍କୁ ବନ୍ଧୁକ ଦେଖାଇ, ମାଡ ମାରି ଲକ୍ଷେ ୮୦ ହଜାର ଟଙ୍କା ଲୁଟ କରିଛନ୍ତି ଦୁବୃର୍ତ । ଦୁବୃର୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଗ୍ରାହକ । ଘଟଣାସ୍ଥଳରେ ପିସିଆର ପହଂଚି ସେମାନଙ୍କୁ ହସ୍ପିଟାଲ ନେଇଥିଲା । ଗାଡି ସୋରୁମରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/khabar-odisha-Crime-Odisha-Loot-fr-1-BC9B2E43-0CBA-46D6-85CE-D7083630020A.jpg)
/kanak/media/post_attachments/wp-content/uploads/2019/07/Robbery-640x430-300x202.jpg)