କନକ ବ୍ୟୁରୋ : ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଗାଡି ଉପରକୁ ଦୁଇ ଜଣ ଦୁର୍ବତ୍ତଙ୍କ ଆକ୍ରମଣ ସୂଚନା । ବୁର୍ଡା ଛକ ନିକଟରେ ଦୁଇ ଦୁବୃର୍ତ୍ତ ବାଇକରେ ଆସି ଆକ୍ରମଣ କରିଥିଲେ । ବିଧାୟକଙ୍କ ଗାଡି ଉପରକୁ ଟେକା ପଥର ମାଡ କରିଥିଲେ । ପ୍ରତିବାଦ କରିବାରୁ ଗାଡି ଡ୍ରାଇଭର ଓ ବିଧାୟକଙ୍କ ପିଏସଓଙ୍କୁ ଆକ୍ରମଣ କରିଥିଲେ । ଆଉ ଏହି ଆକ୍ରମଣରେ ଗାଡି ଚାଳକ ଓ ପିଏସଓ ଆହତ ହୋଇଛନ୍ତି । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ତେବେ କିଏ ଓ କାହିଁକି ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ କଲା ତାହା ସ୍ପଷ୍ଟ ହୋଇନାହିଁ । ଆକ୍ରମଣ କରି ଦୁବୃର୍ତ୍ତ ଫେରାର ହୋଇଥିବା ବେଳେ ଏହି ଘଟଣାରେ ବିଧାୟକ ସୁରକ୍ଷିତ ଥିବା ସୂଚନା ମିଳିଛି ।